‘ଭୋଟ ଦିଅନ୍ତୁ, ପିଲାଙ୍କ ମାର୍କ ବଢ଼ାନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

‘ଭୋଟ ଦିଅନ୍ତୁ, ପିଲାଙ୍କ ମାର୍କ ବଢ଼ାନ୍ତୁ’

କର୍ଣ୍ଣାଟକ: ମତଦାନ ହାର ବଢ଼ାଇବା ପାଇଁ କର୍ଣ୍ଣାଟକରେ ଥିବା ଘରୋଇ ସ୍କୁଲ ଅଭିନବ ଉପାୟ ଆପଣାଇଛନ୍ତି। ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ ସାବ୍ଯସ୍ତ କରି ନିଜ ପିଲାଙ୍କ ପରୀକ୍ଷାରେ ମାର୍କ ବଢ଼ାଇବା ପାଇଁ ନିୟମ କରିଛନ୍ତି ଘରୋଇ ସ୍କୁଲ। ସୂଚନାଯୋଗ୍ଯ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ଏପରି ନିୟମ ଆପଣାଇ ସଫଳ ହେବା ପରେ ସାଧାରଣ ନିର୍ବାଚନ ବେଳେ ସମାନ ରଣନୀତି ଆପଣାଇଛନ୍ତି ଘରୋଇ ସ୍କୁଲ ସଙ୍ଘ।

ଗ୍ରୀଷ୍ମ ଅବକାଶ ସମୟରେ ନିର୍ବାଚନ ହେଉଥିବାରୁ ଅନେକ ଅଭିଭାବକ ଛୁଟିରେ ବାହାରକୁ ବୁଲିବାକୁ ଯିବାକୁ ଯୋଜନା କରିଥାନ୍ତି। ହେଲେ ନିର୍ବାଚନ ଥିବାରୁ ସମସ୍ତେ କିଭଳି ନିଜ ନିଜର ମତାଧିକାର ସାବ୍ଯସ୍ତ କରିବେ ଭାବି ଅଭିଭାବକଙ୍କ ପାଇଁ ଏପରି ଲୋଭନୀୟ ରଣନୀତି ଆପଣାଇଛି ଘରୋଇ ସ୍କୁଲ ସଙ୍ଘ।

ଯେଉଁ ଅଭିଭାବକମାନେ ମତଦାନ ଦେଇଥିବେ ସମାନ ଦିନ ତାଙ୍କ ପିଲା ପଢ଼ୁଥିବା ସ୍କୁଲକୁ ଯାଇ ଅଙ୍ଗୁଳିରେ ଲାଗିଥିବା କାଳି ଦେଖାଇବାକୁ ପଡ଼ିବ, ନହେଲେ ଦାଗ ଲିଭିବା ଆଗରୁ ସ୍କୁଲରେ ଯାଇ ଦେଖାଇବାକୁ ହେବ ବୋଲି ନିୟମ ରହିଛି।
ତେବେ କର୍ଣ୍ଣାଟକରେ ହୋଇଥିବା ଅନ୍ତିମ ବିଧାନସଭା ନିର୍ବାଚନ ତୁଳନାରେ ଚଳିତ ସାଧାରଣ ନିର୍ବାଚନରେ ମତଦାନ ଅଧିକ ହେବ ବୋଲି ଆଶା ରଖିଛି କର୍ଣ୍ଣାଟକର ଘରୋଇ ସ୍କୁଲ ସଙ୍ଘ।



from Odisha Reporter https://ift.tt/2FOtrBl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages