ଭାରତ ସହ ପାକିସ୍ତାନ ଶାନ୍ତି ଚାହେଁ: ପାକ୍ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଭାରତ ସହ ପାକିସ୍ତାନ ଶାନ୍ତି ଚାହେଁ: ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ସହ ଶାନ୍ତି ଚାହେଁ, ସେମାନେ ସ୍ଵାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବା ଦରକାର ବୋଲି ପାକିସ୍ତାନ ରାଷ୍ଟ୍ରପତି ଅରିଫ ଅଲଭି ପାକ ଗଣତନ୍ତ୍ର ଦିବସ ପାଳନ ଅବସରରେ କହିଛନ୍ତି।

ଆମେ ଯୁଦ୍ଧ ନୁହେଁ, ଭାରତ ସହ ଥିବା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ ଏବଂ ଆଲୋଚନା ମାଧ୍ୟମରେ ଏ ସବୁ ସମାଧାନ ହେବା ଉଚିତ ବୋଲି ପାକିସ୍ତାନ ରାଷ୍ଟ୍ରପତି କହିଛନ୍ତି।

ତେବେ ଏହି ଅବସରରେ ଅରିଫ ଅଲଭି କହିଛନ୍ତି ପୁଲୱାମାରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣ ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ବିନା ପ୍ରମାଣରେ ଆମକୁ ଦାୟୀ କରିଛି। ପାକିସ୍ତାନ ଶାନ୍ତି ଚାହୁଁଥିବା ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ପ୍ୟାରେଡରୁ ଜଣାପଡ଼ୁଛି ବୋଲି କହି ସେ ଭାରତକୁ ପରୋକ୍ଷରେ କଟାକ୍ଷ କରିଛନ୍ତି।

ପାକିସ୍ତାନର ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମାବେଶରେ ମ୍ୟାଲେସିଆର ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଓ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ତେବେ ଟ୍ଵିଟରରେ ଇମ୍ରାନ ଖାନ କହିଛନ୍ତି ଗଣତନ୍ତ୍ର ଦିବସ ଅବସରରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଛନ୍ତି। ଯେଉଁଥିରେ ସେ ଶାନ୍ତି ଓ ଦ୍ବିପାକ୍ଷିକ ସମର୍ଥନ କଥା ଉଲ୍ଲେଖ କରିଛନ୍ତି। ତେବେ ସେଥିପାଇଁ ଏହା ହେଉଛି ଉଚିଚ ସମୟ, ଯେତେବେଳେ ଉଭୟ ଦେଶ ଆଲୋଚନା ଜରିଆରେ ବିବାଦର ସମାଧାନ କରିବା ଦରକାର ବୋଲି ଇମ୍ରାନ କହିଛନ୍ତି।



from Odisha Reporter https://ift.tt/2Fzg9IZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages