
ନୟାଗଡ଼(ସତ୍ୟ ନାରାୟଣ ସୁର୍ଜଗଦେବ୍): ମୁଖ୍ୟମନ୍ତ୍ରୀ ଆଜି ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛନ୍ତି। ନୟାଗଡ଼ ଯାଇ ମିନି ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ। ବିଜେଡିର ପ୍ରଚାର ଆରମ୍ଭ କରି ମୂଳରୁ ହିଁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପୁଣି ଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। କେନ୍ଦ୍ର ବାରମ୍ବାର ଓଡ଼ିଶାକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ନବୀନ। କୋଇଲା ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବାରମ୍ବାର ଅବହେଳା କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ସେ ଦୃଢ଼ତାର ସହ କହିଛନ୍ତି, ଏଥର ମଧ୍ୟ ନିଶ୍ଚିୟ ଜିତିବୁ।
ଓଡ଼ିଶାର ୨୧ରୁ ୨୧ ଲୋକସଭା ଆସନକୁ ବିଜେଡି ଅକ୍ତିଆର କରିବ ବୋଲି ଦୃଢ଼ତାର ସହ କହିଛନ୍ତି ନବୀନ। କେବଳ ଏତିକି ନୁହେଁ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ କଂଗ୍ରେସକୁ କଟାକ୍ଷ କରି ନବୀନ କହିଛନ୍ତି, ବିଜେଡିର ରିମୋଟ କଣ୍ଟ୍ରୋଲ୍ ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ।
ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ଏବେ ସୁଦ୍ଧା ତାଙ୍କ ଦଳ ପ୍ରାର୍ଥୀ ତାଲିକା ଘୋଷଣାରେ ପଛରେ ରହିଛି। ନବୀନ ପୁରା ହତାଶ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।
from Odisha Reporter https://ift.tt/2HQqphl
No comments:
Post a Comment