ମଠରେ ନାଟ: ଆଧ୍ୟାତ୍ମିକ ଟ୍ରଷ୍ଟ ନାଁରେ ଖଣ୍ଡଗିରିରେ ଚାଲିଥିଲା ବେଆଇନ୍‌ ମଦ କାରବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ମଠରେ ନାଟ: ଆଧ୍ୟାତ୍ମିକ ଟ୍ରଷ୍ଟ ନାଁରେ ଖଣ୍ଡଗିରିରେ ଚାଲିଥିଲା ବେଆଇନ୍‌ ମଦ କାରବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ନାମରେ ବେଆଇନ୍‌ ମଦ କାରବାର ଚଳାଇଥିଲେ ଛୋଟୁ ବାବା ଓରଫ୍‌ ଶ୍ରୀ ବିଚିତ୍ରାନନ୍ଦ ଦାଶ ସରସ୍ୱତୀ ମହାରାଜ। ନିଜର କିଛି ବିହାରୀ ଆଉ ବଙ୍ଗାଳି ଭଣ୍ଡ ଶ୍ରଦ୍ଧାଳୁଙ୍କୁ ନେଇ ବାବାଙ୍କ ତଥାକଥିତ ଆଶ୍ରମରେ ଚାଲିଥିଲା ନକଲି ମଦ କାରବାର। ଯାହାର ସୁରାକ୍‌ ପାଇ ଆଜି ପୂର୍ବାହ୍ନରେ କଟକ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଶ୍ରମରେ ଚଢାଉ କରିଥିଲା। ଛୋଟୁ ବାବା ନାମରେ ଦୁର୍ବୃର୍ତ୍ତ ଦୀର୍ଘଦିନ ଧରି ଏଭଳି ବେଆଇନ୍‌ କାର୍ଯ୍ୟ ଚଳାଇଥିଲେ। ଏହି ଚଢାଉରେ ୧୦୦ ଲିଟର ନକଲି ମଦ ସହ ୨୦ ଲିଟର ରେକ୍ଟିଫାଏଡ୍‌ ସ୍ପିରିଟ୍‌ ଜବତ ହୋଇଛି। ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଛୋଟୁ ବାବା ଫେରାର ହୋଇଯାଇଛନ୍ତି।



from Odisha Reporter https://ift.tt/2FonJo8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages