ଅଶ୍ୱିନ୍ ନିଜର ମର୍ଯ୍ୟାଦା ବଜାୟ ରଖନ୍ତୁ: ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଅଶ୍ୱିନ୍ ନିଜର ମର୍ଯ୍ୟାଦା ବଜାୟ ରଖନ୍ତୁ: ବିସିସିଆଇ

ନୂଆଦିଲ୍ଲୀ: ସୋମବାର ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମାଙ୍କଡିଙ୍ଗ ଆଉଟ ଚର୍ଚ୍ଚାର ବିଷୟ ପାଲଟିଛି। ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ରନ ଆଉଟ କରିଥିଲେ।

ମ୍ୟାଚ ପରେ ଅଶ୍ୱିନ ଏହା ଉପରେ ସଫେଇ ଦେଇ କହିଥିଲେ, ଯାହା ବି ହେଲା ତାହା ରଣନୀତିର ଅଂଶୀଦାର ନଥିଲା ଏବଂ ପରିସ୍ଥିତି ସହ ଏହା ହୋଇଗଲା। ତେବେ ଅଶ୍ୱିନଙ୍କ ଏଭଳି ବ୍ୟବହାରରେ ରୟାଲ୍ସ କ୍ୟାପଟେନ ଆଜିଙ୍କ୍ୟ ରାହାଣେ, କୋଚ ପ୍ୟାଡି ଅପ୍ଟନ ଓ ବ୍ରାଣ୍ଡ ଆମ୍ବାସାଡର ଶେନ ୱାର୍ଣ୍ଣ ନିରାଶ ପ୍ରକାଶ କରିଛନ୍ତି। ସେମାନେ ଏହାକୁ ଖେଳ ଭାବନାର ବିପରୀତ ବୋଲି କରିଥିଲେ। ସୋଶାଲ ମିଡିଆରେ ସମେତ କ୍ରିକେଟ ପଣ୍ଡିତମାନେ ମଧ୍ୟ ଏହି ରନଆଉଟ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି।

ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଶ୍ୱିନଙ୍କୁ ତାଗିଦ୍ କରିଛି। ବିସିସିଆଇ ପକ୍ଷରୁ କୁହାଯାଇଛି, ଜଣେ ଅଧିନାୟକଙ୍କୁ ସର୍ବଦା ଖେଳର ମର୍ଯ୍ୟାଦା ବଜାୟ ରଖିବା ଦରକାର। ଏହାଛଡ଼ା ମ୍ୟାଚର ଅଧିକାରୀ ମଧ୍ୟ ଏହି ମାମଲା ଉପରେ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି।

ବୋର୍ଡର ଜଣେ ସିନିୟର ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, ମଇଦାନରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପାଇଁ କେବଳ କ୍ରିକେଟର ଦକ୍ଷତାକୁ ହିଁ ବ୍ୟବହାର କରାଯିବା ଦରକାର। ଏହାଦ୍ୱାରା ସାଧାରଣ ଲୋକେ ଏହି ଖେଳରୁ କିଛି ଶିଖି ଅନ୍ୟମାନଙ୍କୁ ଭଲ ବାର୍ତ୍ତା ଦେଇପାରିବେ। ମ୍ୟାଚର ଅଧିକାରୀ ଏହି ମାମଲାକୁ ସଠିକ ଭାବେ ତୁଲାଇପାରି ନାହାନ୍ତି। ଯଦି ନିୟମକୁ ସଠିକ ଢଙ୍ଗରେ ବ୍ୟବହୃତ କରାଯାଇଥାନ୍ତା, ତାହେଲେ ବଟଲର ନଟଆଉଟ ହୋଇଥାନ୍ତେ।

ଅଶ୍ୱିନ ନିଜେ ଜାଣିବା ଦରକାର ଯେ, ନିୟମ ଓ ଖେଳର ମର୍ଯ୍ୟାଦାକୁ ଏକାଠି କରି ଆଗକୁ ବଢିବା ଦରକାର। ଜଣେ ଖେଳାଳି ନିଜ ଖେଳ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ। କିନ୍ତୁ ଯଦି ସେ ନିଜ ଭୁଲ ବ୍ୟବହାର ପାଇଁ ପରିଚିତ ହୁଏ, ତାହେଲେ କେହିବି ସେହି ଖେଳାଳିଙ୍କୁ ସମ୍ମାନ ଜଣାଇବେ ନାହିଁ। ତେଣୁ ଖେଳରେ ସର୍ବଦା ମର୍ଯ୍ୟାଦା ବଜାୟ ରଖିବା ନିହାତି ଦରକାର ବୋଲି ବୋର୍ଡ ଅଧିକାରୀ ଜଣକ କହିଛନ୍ତି।

ତେବେ ବିସିସିଆଇର ଆଉ ଜଣେ ସିନିୟର ଅଧିକାରୀ କହିଛନ୍ତି, ଅଶ୍ୱିନ ଯାହା କଲେ ତାହା ନିୟମ ଅନ୍ତର୍ଗତ ଥିଲା। ମଇଦାନରେ ଦୁଇ ଅମ୍ପାୟାର ଉପସ୍ଥିତ ଥିଲେ ଏବଂ ମାମଲା ଥାର୍ଡ ଅମ୍ପାୟାରଙ୍କ ନିକଟକୁ ଯାଇଥିଲା। ଯଦି ଅମ୍ପାୟାର ବଟଲରଙ୍କୁ ଆଉଟ ଦେଇଛନ୍ତି, ତାହେଲେ ଏଥିରେ ଅଶ୍ୱିନଙ୍କ ଭୁଲ କେଉଁଠି ରହିଲା।

ଅନ୍ୟପକ୍ଷରେ ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା କହିଛନ୍ତି, ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ଅନ୍ୟ ଅଧିନାୟକଙ୍କ ସହ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଆଇପିଏଲରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ମାଙ୍କଡିଙ୍ଗ ଆଉଟ କରାଯିବ ନାହିଁ। ଏହି ବୈଠକରେ ଅଧିନାୟକ ଓ ମ୍ୟାଚ ରେଫରିଙ୍କ ସହ ମୁଁ ମଧ୍ୟ ଉପସ୍ଥିତ ଥିଲି।’

ଏବେ ପ୍ରଶ୍ନ ଉଠୁଛି ଯଦି ସମସ୍ତ ଅଧିନାୟକଙ୍କ ଉପସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା, ତାହେଲେ ଅଶ୍ୱିନଙ୍କୁ କ’ଣ ଏ ସମ୍ବନ୍ଧରେ କିଛି ଜଣାନଥିଲା।



from Odisha Reporter https://ift.tt/2FDYqjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages