
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଗାଁ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଜକୁମାର କୁଶୁଲିଆ। ତାଙ୍କ ଘର ଡୁକୁମ୍ ଗାଁରେ।
ସୂଚନା ଅନୁସାରେ, ରାଜକୁମାର କୌଣସି ଏକ କାମରେ ବାଇକ୍ ଯୋଗେ ଡୁକୁମ୍ରୁ ମୁନିଗୁଡା ଆସୁଥିବା ବେଳେ ପଟ୍ଟାମୁଣ୍ଡାଇ ଗାଁ ନିକଟରେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2TJbLQf
No comments:
Post a Comment