
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନୂଆ ଅଭିଯାନ ‘ମୈଁ ଭି ଚୌକିଦାର’ ବା ‘ମୁଁ ବି ଚୌକିଦାର’ ଆରମ୍ଭ କରିଛନ୍ତି। ସେ ଟ୍ୱିଟର୍ରେ ଏକ ଭିଡିଓ ମଧ୍ୟ ରିଲିଜ୍ କରି କହିଛନ୍ତି, ଚୌକିଦାର ସୁଦୃଢ଼ ଅଛି ଏବଂ ଦେଶ ସେବା କରୁଛି। ରାଫେଲ୍ ଡିଲ୍କୁ ନେଇ ମୋଦି ଏବଂ ତାଙ୍କ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ‘ଚୌକିଦାର ଚୋର୍ ହୈ’ କହି ଟାର୍ଗେଟ୍ କରିବା ପରେ ଏଭଳି ଅଭିଯାନ ଆରମ୍ଭ କରିଛି ବିଜେପି।
ମୋଦି ଟ୍ୱିଟ୍ରେ ଲେଖିଛନ୍ତି, “ମୁଁ ଏକା ନୁହେଁ। ଦୁର୍ନୀତି ଏବଂ ସାମାଜିକ ସମସ୍ୟା ଆଦି ବିରୋଧରେ ସମସ୍ତେ ଲଢ଼ୁଛନ୍ତି। ଭାରତ ପ୍ରଗତି ପାଇଁ କାର୍ଯ୍ୟରତ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଚୌକିଦାର।”
Your Chowkidar is standing firm & serving the nation.
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidar
— Narendra Modi (@narendramodi) March 16, 2019
ରିଲିଜ୍ ହୋଇଥିବା ଭିଡିଓରେ ଭାରତ ବିଭିନ୍ନ ଭାଗର କଳା ଓ ସଂସ୍କୃତି ଦୃଶ୍ୟ ସହିତ ଭାରତ ସରକାରଙ୍କ ମୁଦ୍ରା ଯୋଜନା, ସ୍ୱଚ୍ଛ ଭାରତ ଏବଂ ଉଜ୍ଜ୍ୱଲା ଭଳି ଯୋଜନା ବାବଦରେ କୁହାଯାଇଛି। ଆଉ ଶେଷରେ ସମସ୍ତଙ୍କ ମୁହଁରେ ଗୋଟିଏ ଧାଡ଼ି ରହିଛି, ତାହା ହେଉଛି ‘ହାଁ ମୈଁ ଭି ଚୌକିଦାର ହୁଁ।’ ଏଭଳିକି ଦେଶର ପ୍ରଗତିରେ ସୈନିକଙ୍କ ଭୂମିକାକୁ ମଧ୍ୟ ଏହି ଭିଡିଓରେ ଦର୍ଶାଯାଇଛି। ଭିଡିଓ ଶେଷରେ ୩୧ ମାର୍ଚ୍ଚରେ ମୋଦିଙ୍କ ‘ମୈଁ ଭି ଚୌକିଦାର ହୁଁ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏଥିରେ ଆହ୍ୱାନ କରାଯାଇଛି।
୨୦୧୪ ମସିହା ସାଧାରଣ ନିର୍ବାଚନରେ ହିଁ ଚୌକିଦାର ଶବ୍ଦର ବ୍ୟବହାର ହୋଇଥିଲା। ମୋଦି ପ୍ରତିଶ୍ରୁତି ଦେଇଥିଲେ, ସେ ଚୌକିଦାର ଭାବରେ କାମ କରିବେ। ଲୋକଙ୍କ ବିଶ୍ୱାସ ଏବଂ ଅର୍ଥର ସୁରକ୍ଷା ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାଫେଲ ଚୁକ୍ତି ନେଇ ବିବାଦ ହେବା ପରେ ରାହୁଲ ଅଭିଯୋଗ ଆଣିଥିଲେ, ମୋଦି ଅନୀଲ ଅମ୍ବାନୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ଏହାପରେ ‘ଚୌକିଦାର ଚୋର୍ ହୈ’ ଉକ୍ତି ଆରମ୍ଭ ହୋଇଥିଲା।
from Odisha Reporter https://ift.tt/2VXoKdA
No comments:
Post a Comment