ହ୍ୟାଚବ୍ୟାକ କାର ଆଣିବ ଟାଟା ମୋଟର୍ସ, ହ୍ୟୁଣ୍ଡାଇକୁ ଦେବ ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ହ୍ୟାଚବ୍ୟାକ କାର ଆଣିବ ଟାଟା ମୋଟର୍ସ, ହ୍ୟୁଣ୍ଡାଇକୁ ଦେବ ଟକ୍କର

ନୂଆଦିଲ୍ଲୀ: ଟାଟା ଟିଆଗୋ, ଟାଟା ନେକ୍ସନ ପରେ ସମସ୍ତ ଗ୍ରାହକଙ୍କୁ ସୁହାଇଲା ଭଳି ହ୍ୟାଚବ୍ୟାକ କାର ଆଣିବାକୁ ଯାଉଛି ଟାଟା ମୋଟର୍ସ କମ୍ପାନୀ। ବଜାରରେ ଟାଟା ଇଣ୍ଡିକା ଏବଂ ନାନୋ କାର ଜରିଆରେ ପ୍ରବେଶ କରିଥିବା ଏହି ଭାରତୀୟ ଅଟୋମୋବାଇଲ କମ୍ପାନୀ ହ୍ୟାଚବ୍ୟାକ କାର ମାର୍କେଟରେ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି।

ଟାଟା କମ୍ପାନୀ ଦୁଇଟି ଭର୍ସନରେ ଏହି କାର ଆଣିବାକୁ ଯୋଜନା କରିଛି। ପ୍ରଥମଟି ଆଲଫା ଏବଂ ଦ୍ଵିତୀୟଟି ଓମେଗା ଭର୍ସନ ରହିଛି।

ବର୍ତ୍ତମାନ ବଜାରରେ ଟାଟାର ଟିଆଗୋ ଓ ଟିଗୋର କାର ରହିଛି। ଏହାକୁ ସମ୍ମୁଖ ଭାଗକୁ ପରିବର୍ଦ୍ଧିତ କରି ଆଲଫା ପ୍ୟାଟର୍ଣ୍ଣର କରିପାରନ୍ତି। ଆଲଫା ପ୍ୟାଟର୍ଣ୍ଣରେ ଆସିବାକୁ ଥିବା ହ୍ୟାଚବ୍ୟାକ କାର ସବୁ ବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ହୋଇଥିବାବେଳେ ଓମେଗା ଭର୍ସନର କାର ଗୁଡ଼ିକ ଧନୀ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି।

ବଜାରରେ ଛୋଟ କାର ଭିତରେ ମାରୁତି ସୁଜୁକିର ଆଲ୍ଟୋ, ସେଲେରିଓ, ରେନୋର କ୍ୱିଡ, ଡ୍ୟାଟସନ ରେଡ଼ିଗୋ ଭଳି କାରର ବଜାରରେ ଚାହିଦା ଥିବାବେଳେ ହ୍ୟୁଣ୍ଡାଇ ସାଣ୍ଟ୍ରୋ ମଧ୍ୟ ନୂଆକରି ବଜାରରେ ପୁଣି ପ୍ରବେଶ କରିଛି। ତେବେ ଟାଟା ଆଲଫା ପ୍ୟାଟର୍ଣ୍ଣର କାର ନିର୍ମାଣ ପାଇଁ ଗୁଜରାଟର ସାନନ୍ଦ ୟୁନିଟରେ ପ୍ରକ୍ରିୟା ଆରମ୍ଭ କରି ସାରିଛି।



from Odisha Reporter https://ift.tt/2UBW2ia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages