ଆଇପିଏଲରୁ ଓହରିଲେ ଡେଭିଡ୍ ୱିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଆଇପିଏଲରୁ ଓହରିଲେ ଡେଭିଡ୍ ୱିଲି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍ ଦଳର ଅଲରାଉଣ୍ଡର ଡେଭିଡ୍ ୱିଲି ବ୍ୟକ୍ତିଗତ କାରଣରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣରୁ ଓହରି ଯାଇଛନ୍ତି। ସୁପର କିଙ୍ଗସ ପକ୍ଷରୁ ୨୦୧୮ ସଂସ୍କରଣରେ ତିନୋଟି ମ୍ୟାଚ ଖେଳିଥିବା ଇଂଲଣ୍ଡର ଏହି କ୍ରିକେଟର ୟର୍କଶାୟାର କ୍ରିକେଟ୍ କ୍ଲବର ୱେବସାଇଟରେ କହିଛନ୍ତି, ଦୁର୍ଭାଗ୍ୟବଶତ କିଛି ପାରିବାରିକ କାରଣରୁ ମୋତେ ଏଥର ଆଇପିଏଲରୁ ହଟିବାକୁ ପଡ଼ିଛି।

ସେ ଆହୁରି କହିଛନ୍ତି, ମୋ ପତ୍ନୀ ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ଏବଂ ଏଭଳି ସ୍ଥିତିରେ ସେ ଟିକେ ଭୟଭୀୟ ହୋଇପଡ଼ିଛନ୍ତି। ତାଙ୍କ ସହ ରହିବା ମୋର ନିହାତି ଆବଶ୍ୟକ। ମୋର ଏହି ନିଷ୍ପତ୍ତିରେ ଚେନ୍ନାଇ ଟିମ୍ ମୋତେ ଭରପୂର ସହଯୋଗ ଓ ସମର୍ଥନ ଦେଇଛି ଏବଂ ଆଇପିଏଲରୁ ହଟିବା ନିଷ୍ପତ୍ତି ସହଜ ନଥିଲା ବୋଲି ୱିଲି କହିଛନ୍ତି।

ଅନ୍ୟପକ୍ଷରେ ଚେନ୍ନାଇ ଦଳର ଜଣେ ଅଧିକାରୀ କହିଛନ୍ତି, ଆଇପିଏଲରୁ ହଟିବା ନେଇ ୱିଲି ଏପର୍ଯ୍ୟନ୍ତ ଆମକୁ ସୂଚିତ କରିନାହାନ୍ତି। ତିନିଥରର ଚାମ୍ପିଅନ୍ ଚେନ୍ନାଇକୁ ଚଳିତ ସଂସ୍କରଣ ଆରମ୍ଭରୁ ଝଟକା ଲାଗିଥିଲା। ଦକ୍ଷିଣ ଆଫ୍ରିକାର ପେସ ବୋଲର ଲୁଙ୍ଗି ଏନଗିଡି ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବା ବେଳେ ତେବେ ତାଙ୍କ ସ୍ଥାନରେ ବଦଳ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ନିଆଯାଇନାହିଁ।



from Odisha Reporter https://ift.tt/2YBqwmP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages