ଭୋଟିଂ ଆଗରୁ ଅରୁଣାଚଳରେ ୩ ବିଜେପି ପ୍ରାର୍ଥୀଙ୍କ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଭୋଟିଂ ଆଗରୁ ଅରୁଣାଚଳରେ ୩ ବିଜେପି ପ୍ରାର୍ଥୀଙ୍କ ବିଜୟ

ଇଟାନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳରେ ପ୍ରଚାର କରୁଥିବା ବେଳେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ୩ଟି ଆସନରେ ଅପ୍ରତିଦ୍ଵନ୍ଦ୍ଵୀ ରହିବାରୁ ବିଜୟୀ ଘୋଷିତ ହୋଇଛନ୍ତି। ବିରୋଧୀ ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇ ନଥିବାବେଳେ ଗୋଟିଏ ସ୍ଥାନରେ ନିର୍ବାଚନ ଆୟୋଗ ପ୍ରାର୍ଥୀପତ୍ର ନାକଚ କରିଛନ୍ତି।
 
ମୋଟ ୬୦ଟି ବିଧାନସଭା ଆସନରୁ ବିଜେପି ଆଲୋ ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀ, ୟାଚୁଲି ଏବଂ ଦିରାଙ୍ଗ ଆସନରେ ଅପ୍ରତିଦ୍ଵନ୍ଦ୍ଵୀ ଭାବେ ବିଜୟୀ ହୋଇଛି। ଏପ୍ରିଲ ୧୧ ତାରିଖରେ ଏହି ତିନି ଆସନରେ ମତଦାନ ହେବାର ଥିଲା। ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି।
 
ବିଜେପି ପ୍ରାର୍ଥୀ କେଣ୍ଟୋ ଜିନି ଆଲୋ ପୂର୍ବ ବିଧାନସଭା ନିର୍ବାଚନରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ, ହେଲେ ବିରୋଧୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା କଂଗ୍ରେସର ମିଙ୍କାର ଲୋଲେନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ଏହାପରେ ବିଜେପି ପ୍ରାର୍ଥୀ ଜିନି ଆଲୋଙ୍କୁ ନିର୍ବାଚନ କମିଶନ ବିଜୟୀ ଘୋଷଣା କରିଛନ୍ତି। ଆଲୋ ବିଧାନସଭା ଆସନ ଭଳି ୟାଚୁଲିରେ ମଧ୍ୟ ବିଜେପି ପ୍ରାର୍ଥୀ ବିରୋଧରେ କେହି ପ୍ରାର୍ଥୀ ନଦେବାରୁ ବିଜେପି ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି।
 
ଦିରାଙ୍ଗ ବିଧାନସଭା ଆସନରୁ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖର ଅନ୍ତିମ ଦିନ ବିରୋଧୀ କଂଗ୍ରେସ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ।
 
ତେବେ ମୋଟ ୬୦ ଆସନରୁ ୩ଟି ଆସନରେ ବିଜେପି ଜିତିବା ପରେ ବାକି ୫୭ଟି ଆସନରେ ୧୯୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି। ଗୁରୁବାର ସୁଦ୍ଧା ମୋଟ ୨୦ ଜଣ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିବା ଅରୁଣାଚଳ ପ୍ରଦେଶ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାଙ୍ଗକି ଦରଙ୍ଗ ସୂଚନା ଦେଇଛନ୍ତି।
 
ଶାସକ ଦଳ ବିଜେପିର ୫୭ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ କଂଗ୍ରେସର ୪୭, ନ୍ୟାସନାଲ ପିପୁଲସ ପାର୍ଟି(ଏନପିପି)ର ୩୦, ଜେଡିଏସର ୧୩, ଜେଡି଼ୟୁର ୧୭ ଏବଂ ଅଲ ଇଣ୍ଡିଆ ପାର୍ଟିର ଜଣେ ପ୍ରାର୍ଥୀ ଏବଂ ୧୭ ଜଣ ସ୍ୱାଧୀନ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି।


from Odisha Reporter https://ift.tt/2TKORDc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages