ସରିନି ପାରିକରଙ୍କ ଅନ୍ତିମ ସଂସ୍କାର, କ୍ଷମତା ଦଖଲ ନିଶାରେ ମାତିଛି କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ସରିନି ପାରିକରଙ୍କ ଅନ୍ତିମ ସଂସ୍କାର, କ୍ଷମତା ଦଖଲ ନିଶାରେ ମାତିଛି କଂଗ୍ରେସ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ଶେଷ ହୋଇ ନଥିବା ବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ କରିବାକୁ ବ୍ୟାକୁଳ ହୋଇ ପଡ଼ିଛି।

ଏଥିପାଇଁ ଆଜି ଦଳର ୧୪ ଜଣ ବିଧାୟକ ରାଜ୍ୟପାଳ ମ୍ରିଦୁଲା ସିହ୍ନାଙ୍କୁ ଭେଟି କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଚାହୁଁଥିବା ଜଣାଇଛନ୍ତି। ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ନେତୃତ୍ୱରେ କଂଗ୍ରେସର ବିଧାୟକମାନେ ରାଜଭବନରେ ପହଞ୍ଚିଥିଲେ। ବିଧାନସଭାରେ କଂଗ୍ରେସ ସର୍ବବୃହତ ଦଳ ହୋଇଥିବାରୁ ରାଜ୍ୟପାଳ ସେମାନଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ଉଚିତ ବୋଲି କହି ଏକ ଦାବିପତ୍ର ପ୍ରଦାନ କରିଥିଲେ।

କାଭଲେକର କହିଛନ୍ତି, “ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ଆମେ ମର୍ମାହତ। କିନ୍ତୁ ପାରିକରଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଗୋଆରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ଦରକାର। ରାଜ୍ୟପାଳ ଜାଣିଛନ୍ତି, କଂଗ୍ରେସ ହେଉଛି ଏକକ ସଂଖ୍ୟା ଗରିଷ୍ଠ ଦଳ। ତେଣୁ ରାଜ୍ୟପାଳ ଆମକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ।”

ଗୋଆ ବିଧାନସଭାର ଆସନ ସଂଖ୍ୟା ୪୦ ହୋଇଥିବା ବେଳେ ଏବେ ଏହା ୩୬କୁ ଖସି ଆସିଛି। ପାରିକର ଓ ବିଜେପି ନେତା ଫ୍ରାନସିସ୍‌ ଡି ସୋଜାଙ୍କ ଦେହାନ୍ତ ହୋଇଛି। ସେହିପରି ଦୁଇ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି।

ତେଣୁ ଏବେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୯। ବିଜେପି ପାଖରେ ୧୧ଟି ଆସନ ଥିବା ବେଳେ କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ରହିଛନ୍ତି। ସେହିପରି ଜିଏଫ୍‌ପି ଓ ଏମ୍‌ଜିପି ପାଖରେ ୩ଟି ଓ ଏନ୍‌ସିପି ପାଖରେ ଗୋଟିଏ ଆସନ ରହିଛି। ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି।



from Odisha Reporter https://ift.tt/2CoOcBB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages