୪ଥର ମୁଖ୍ୟମନ୍ତ୍ରୀ, ହେଲେ ଥରେ ବି କାର୍ଯ୍ୟକାଳ ପୂରଣ କରିନାହାନ୍ତି ପାରିକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

୪ଥର ମୁଖ୍ୟମନ୍ତ୍ରୀ, ହେଲେ ଥରେ ବି କାର୍ଯ୍ୟକାଳ ପୂରଣ କରିନାହାନ୍ତି ପାରିକର

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏ ଦୁନିଆରେ ଆଉ ନାହାନ୍ତି। କର୍କଟ ରୋଗରେ ପୀଡ଼ିତ ପାରିକର ରବିବାର ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ହେଲେ ସେ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏ କେବଳ କ୍ଷମତା ଦଖଲ କରିବାରେ ମାହିର ନଥିଲେ ବରଂ ଶତ୍ରୁ ପକ୍ଷର ମନ ଜିତିବାର କୌଶଳ ମଧ୍ୟ ଜାଣିଥିଲେ। ସେଇଥିପାଇଁ ହିଁ ପାରିକରଙ୍କ ମୃତ୍ୟୁ ଦଳ ଓ ମତ ନିର୍ବିଶେଷରେ ସମସ୍ତଙ୍କୁ ଦୋହଲାଇ ଦେଇଛି। ପାରିକର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ୪ ଥର ଶପଥ ଗ୍ରହଣ କରିଛନ୍ତି।

ହେଲେ ସେ ଥରେ ହେଲେ ମଧ୍ୟ ୫ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିପାରିନାହାନ୍ତି। ୧୯୯୪ରେ ପାରିକର ପ୍ରଥମେ ରାଜନୀତିରେ ପାଦ ଦେଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ୧୯୯୯ ପର୍ଯ୍ୟନ୍ତ ପାରିକର ଗୋଆ ବିଧାନସଭାରେ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରିଥିଲେ।

୧୯୯୯ରେ ଗୋଆ ବିଧାନସଭା ନିର୍ବାଚନ ହୋଇଥିଲା। ଗୋଆର ୪୦ଟି ସିଟ୍‌ରୁ ବିଜେପି ୧୦ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ୧୯୯୯ରେ କଂଗ୍ରେସ ସରକାର ଗଠନ କରିଥିଲା ସତ କିନ୍ତୁ ଏହି ସରକାର ମାତ୍ର ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରି ପାରିଥିଲା। ଏହାର ଫାଇଦା ନେଇ ପାରିକର ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

୨୦୦୦ ମସିହା ଅକ୍ଟୋବାର ୨୪ରେ ମୁଖ୍ୟମନ୍ତ୍ରୀ ହୋଇଥିବା ପାରିକର କେବଳ ୨୦୦୨ ଫେବୃଆରୀ ୨୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୦୦୨ରେ ତତ୍କାଳୀନ ରାଜ୍ୟପାଳ ମହମ୍ମଦ ଫଜଲ ଗୋଆ ବିଧାନସଭା ଭାଙ୍ଗି ସାନି ନିର୍ବାଚନ କରାଇଥିଲେ। ତେବେ ନିର୍ବାଚନରେ ବିଜେପି ଜିତିଥିଲା।

୨୦୦୨ ଜୁନ୍‌ ୫ରେ ପାରିକର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ମଧ୍ୟ ପାରିକର ପୂରା ୫ ବର୍ଷ କାର୍ଯ୍ୟ କରିପାରି ନଥିଲେ। ୨୦୦୫ ଜାନୁଆରୀ ୨୯ରେ ବିଜେପିର ୫ ଜଣ ବିଧାୟକ ଇସ୍ତଫା ଦେଇଦେବାରୁ ପାରିକରଙ୍କ ମୁଖ୍ୟମନ୍ତ୍ରୀ ପଦ ଚାଲିଯାଇଥିଲା। ପାରିକରଙ୍କ ବଦଳରେ କଂଗ୍ରେସର ପ୍ରତାପ ସିଂହ ରାଣେ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୧୨ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୪୦ଟିରୁ ୨୧ଟି ଆସନ ଜିତିବାରୁ ପାରିକର ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପାରିକରଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ।

ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା। ତେବେ ପାରିକର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଗୋଆ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ଆଞ୍ଚଳିକ ଦଳଗୁଡ଼ିକ ବିଜେପିକୁ ସମର୍ଥନ କରିଥିଲେ।

ଫଳରେ ପାରିକର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ପଦରେ ୫ ବର୍ଷ ପୂରଣ କରିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଛି।



from Odisha Reporter https://ift.tt/2ueFwJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages