
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଆଉ ୩୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ସହିତ ଦଳ ମୋଟ ୧୦୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଦଳ ୩ଟି ପର୍ଯ୍ୟାୟରେ ୬୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।
ଆଜି ଯେଉଁମାନଙ୍କ ନାଁ ଘୋଷଣା କରାଯାଇଛି ସେଥିରେ ଦଳ ଦୁଇ ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ପୁଅମାନଙ୍କ ନାଁ ରହିଛି। ସେମାନେ ହେଉଛନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ଓ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ। ଦେବୀ ରଞ୍ଜନ, ସୌଭିକ ଓ ବିଷ୍ଣୁବ୍ରତ ସେମାନଙ୍କ ବାପାମାନେ ଯେଉଁ ଆସନରୁ ଲଢ଼ୁଥିଲେ ସେହି ଆସନରୁ ଏଥର ନିର୍ବାଚନ ଲଢ଼ିବେ। ସେହିପରି ରାଜ୍ୟସଭା ସାଂସଦ ପ୍ରତାପ ଦେବ ମଧ୍ୟ ନିର୍ବାଚନ ଲଢ଼ିବେ। ତାଙ୍କୁ ଆଳି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।
ବ୍ରହ୍ମଗିରିରୁ ସଂଜୟ ଦାସବର୍ମାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଘସିପୁରାରୁ ବଦ୍ରି ନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାୟକ, କେନ୍ଦୁଝରରୁ ମାଧବ ସର୍ଦ୍ଦାର, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ୍, ଭୋଗରାଇରୁ ଅନନ୍ତ ଦାସ, ରେମୁଣାରୁ ସୁଧାଂଶୁ ପରିଡ଼ା, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ସିମୁଳିଆରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ଓ ସୁକିନ୍ଦାରୁ ପ୍ରୀତିରଂଜନ ଘଡ଼ାଇ ପ୍ରାର୍ଥୀ ହୋଇଛନ୍ତି।
ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲଙ୍କୁ ପୁଣି ଟିକେଟ୍ ଦିଆଯାଇଥିବା ବେଳେ ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗାରୁ ପ୍ରତାପ ଜେନା, ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ, ରଣପୁରରୁ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ରୁ ଅରୁଣ କୁମାର ସାହୁ, ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା, ବଡମ୍ବା ନରସିଂହପୁରରୁ ଦେବୀ ମିଶ୍ର ଓ ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦଳ ଟିକେଟ୍ ଦେଇଛି।
ଢେଙ୍କାନାଳରୁ ଦଳ ସୁଧୀର ସାମଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ହିନ୍ଦୋଳରୁ ସୀମାରାଣୀ ନାୟକ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗରୁ ନୃସିଂହ ସାହୁ, ତାଳଚେରରୁ ବ୍ରଜ କିଶୋର ପ୍ରଧାନ, ଅନୁଗୋଳରୁ ରଜନୀକାନ୍ତ ସିଂହ, କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ତେଲକୋଇରୁ ପ୍ରେମାନନ୍ଦ ନାୟକ, ଭଣ୍ଡାରୀପୋଖରୀରୁ ପ୍ରଫୁଲ୍ଲ ସାମଲ ଓ ସାଲେପୁର ପ୍ରଶାନ୍ତ ବେହେରା ପ୍ରାର୍ଥୀ ହୋଇଛନ୍ତି।
from Odisha Reporter https://ift.tt/2CEWJjZ
No comments:
Post a Comment