ମହାକାଶକୁ ଉତକ୍ଷେପଣ ହେଲା ପିଏସଏଲଭି-ସି୪୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ମହାକାଶକୁ ଉତକ୍ଷେପଣ ହେଲା ପିଏସଏଲଭି-ସି୪୫

ଶ୍ରୀହରିକୋଟା (ଆନ୍ଧ୍ରପ୍ରଦେଶ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆଜି ଉପଗ୍ରହ ବାହକ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକ୍ସ-ସି୪୫ (PSLV-C45) ଜରିଆରେ ଏମିସାଟ୍ ସହିତ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହ ମହାକାଶକୁ ଉତକ୍ଷେପଣ କରିଛି।

ଏହା ଡିଆରଡିଓ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଷ୍ଟ୍ରାଟେଜିକ୍ ସ୍ୟାଟେଲାଇଟ୍। ଏହାର ଓଜନ୍ ୪୩୬ କିଲୋଗ୍ରାମ୍ ଏବଂ ଏହା ଏକ ଲିଓ ବା ନିମ୍ନ ଭୂକକ୍ଷ ସ୍ୟାଟେଲାଇଟ୍। ପ୍ରଥମ ଥର ପାଇଁ ଗୋଟିଏ ଉତକ୍ଷେପଣରେ ୩ଟି କକ୍ଷପଥରେ ସ୍ୟାଟେଲାଇଟ୍ ଅବସ୍ଥାପିତ ହେବାକୁ ଯାଉଛି।

ସକାଳ ୯ଟା ୩୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଅନ୍ତର୍ଗତ ସତିଶ ଧାଓ୍ଵନ୍ ମହାକାଶ କେନ୍ଦ୍ରରୁ ପିଏସ୍ଏଲଭି-ସି୪୫ ଉତ୍କ୍ଷେପଣ କରାଯାଇଛି। ଏହିଉପଗ୍ରହ ଦ୍ବାରା ପିଏସଏଲଭି୪୫, ଏମିସାଟ ବିଦ୍ଯୁତ-ଚୁମ୍ବକୀୟ ସ୍ପେକ୍ଟ୍ରମ ମାପିବାର ସହାୟକ ହେବ। ପ୍ରଥମ ଥର ପାଇଁ ସ୍ୟାଟେଲାଇଟ୍ରେ ସୋଲାର ସେଲ୍ ବ୍ୟବହାର ହୋଇଛି। ଅର୍ଥାତ ଏହା ସମ୍ପୂର୍ଣ୍ଣ ବ୍ୟାଟେରୀ ପରିଚାଳିତ ହେବନି।

ଲିଥୁଆନିଆ, ସ୍ପେନ୍, ସୁଇଜର୍ଲାଣ୍ଡ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ହେଉଛନ୍ତି ଏମିସାଟ ସହିତ ଯାଇଥିବା ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହର ଗ୍ରାହକ। ମାର୍ଚ୍ଚ ୨୧ ତାରିଖରେ ଏହି ଉତକ୍ଷେପଣ ହେବାର ଥିଲା କିନ୍ତୁ ପାଣିପାଗ ନସୁହାଇବାରୁ ଏପ୍ରିଲ୍ ପହିଲାକୁ ଘୁଞ୍ଚାଇ ଦିଆଯାଇଥିଲା।

ଏହି ସ୍ୟାଟେଲାଇଟ୍ ଶତ୍ରୁ ଦେଶର ରାଡାର ଗୁଡ଼ିକୁ ଠାବ କରି ତା’ର କାର୍ଯ୍ୟକଳାପ ଉପରେ ନଜର ରଖିବ ଏବଂ ସେ ସବୁର ଅବସ୍ଥିତି ବାବଦରେ ତଥ୍ୟ ଦେବ। ଏହି କାର୍ଯ୍ୟ ପୂର୍ବରୁ ହେଲିକପ୍ଟର ଜରିଆରେ କରାଯାଉଥିଲା, ଯାହାକି ବର୍ତ୍ତମାନ ମହାକାଶରୁ ହେବ।



from Odisha Reporter https://ift.tt/2TJr6eM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages