ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ  ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର କଳା, ସଂସ୍କୃତି, ପରମ୍ପରା ଜାଣିବା, ଦର୍ଶନୀୟ ସ୍ଥାନ ବୁଲିବା,  ଖାଦ୍ୟ ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଓଡ଼ିଶାରେ ବହୁତ ପର୍ଯ୍ୟଟନ ସ୍ଥଳୀ ରହିଛି। ତେବେ ଆପଣ ଯଦି  ଓଡ଼ିଶା ବାହାରକୁ ଯିବାକୁ ସ୍ଥିର କରିଛନ୍ତି ତେବେ ଭାରତର ରାଜଧାନୀ ଦିଲ୍ଲୀ ବୁଲି ଯାଆନ୍ତୁ। ସେଠାରେ ହେଉଥିବା ସୁପ୍ରସିଦ୍ଧ ଖାଦ୍ୟପାନୀୟର ମଜା ନେବା ସହ ବିଭିନ୍ନ ଐତିହାସିକ ସ୍ଥାନ ବୁଲି ଆସନ୍ତୁ।

ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର କିଛି ପର୍ଯ୍ୟଟନ ସ୍ଥଳୀ ବିଷୟରେ କହିବାକୁ ଯାଉଛୁ।  ଯେଉଁଠିକୁ ଥରେ ଗଲେ ଆସିବାକୁ ଆପଣଙ୍କ ମନ ହେବ ନାହିଁ।  ଆଉ ସେ ସବୁ ସୌନ୍ଦର୍ଯ୍ୟ ଆପଣଙ୍କୁ ବିମୋହିତ କରିଦେବ।

ତେବେ ଏଥର ଦିଲ୍ଲୀର ଏହି ସବୁ ସ୍ଥାନ ଗୁଡିକୁ ନୋଟ୍‌ କରି ରଖନ୍ତୁ। ଯେତେବେଳେ ଆପଣ ଦିଲ୍ଲୀ ଯିବେ ନିଶ୍ଚୟ ଏହି ସବୁ ସ୍ଥାନ ଯାଇ ବୁଲିବା ସହ ସେଠାକାର ଜୀବନ ଶୈଳୀ, ଖାଦ୍ୟ ପାନୀୟର ମଜା ନେଇ ଆସିବେ।

ଚାନ୍ଦିନିଚୌକ

ଦିଲ୍ଲୀର ଚାନ୍ଦିନିଚୌକ ନାମ ତ ଆପଣ ଅନେକ ଫିଲ୍ମରେ ଶୁଣିଥିବେ। ଏହା ଭାରତର ସବୁଠାରୁ ପୁରୁଣା ବ୍ୟସ୍ତବହୁଳ ବଜାର ମଧ୍ୟରୁ ଗୋଟେ। ଏହି ବଜାର ଲାଲ୍‌କିଲ୍ଲା ପା‌ଖରେ ଅବସ୍ଥିତ।

ଏହି ସ୍ଥାନରେ ଭଲ ବ୍ୟବସାୟ ହେଉଥିବାରୁ ଦେଶର କୋଣଅନୁକୋଣରୁ  ବେପାରିମାନେ ଏହି ସ୍ଥାନକୁ ଆସିଥାନ୍ତି। ସେଠାକୁ ଗଲେ ବିଷେଶକରି ଆପଣ ମହିଳା ମାନଙ୍କର ରୂପଚର୍ଯ୍ୟାରେ ବ୍ୟବହୃତ ହେଉଥିବା ସବୁ ସାମଗ୍ରୀ ପାଇପାରିବେ।

ସେଠାରେ ଥିବା ପରାଠେ ୱାଲି ଗଳି ନାମକ ସ୍ଥାନ ଖାଦ୍ୟ ଜିନିଷ ପାଇଁ ବହୁତ ଲୋକପ୍ରିୟ। ସେହି ସ୍ଥାନର ପରିକଳ୍ପନା ସାହାଜାହାନଙ୍କ ଝିଅ ଜାହାନଆରା କରିଥିଲେ।

ଇଣ୍ଡିଆ ଗେଟ୍‌

ଏହା ସହିଦମାନଙ୍କ ସମାଧି ପୀଠ। ଇଣ୍ଡିଆ ଗେଟ୍‌ର ପଥରରେ ସହିଦ ହୋଇଥିବା ଜବାନମାନଙ୍କର ନାମ ଉଲ୍ଲେ‌ଖ ରହିଛି। ଇଣ୍ଡିଆ ଗେଟ୍‌ର ମଝିରେ ଅମର ଜବାନ ଜ୍ୟେତି ସବୁବେଳେ ଜଳୁଥାଏ। ଆପଣ ସେହି ସ୍ଥାନକୁ ଗଲେ ପାଖାପାଖି ଅଞ୍ଚଳରେ ଅନେକ ପାର୍କ ରହିଛି।

ଆପଣ ବୁଲି ବୁଲି ଥକି ଯାଇଥିଲେ ଅବସର ବିନୋଦନ ପାଇଁ ସେହି ସ୍ଥାନକୁ ବୁଲି ଯାଇପାରିବେ। ତାହା ଆପଣଙ୍କ ମନ ମୋହିବ ନିଶ୍ଚିତ। ବିଶେଷ କରି ସନ୍ଧ୍ୟା ସମୟରେ ଏହା ବହୁତ ସୁନ୍ଦର ଦେଖାଯାଇଥାଏ।

ଅକ୍ଷରଧାମ

ଏହାର ଅର୍ଥ ହେଉଛି ଭଗବାନଙ୍କ ଘର। ଏହା ଏକ ବିଶାଳ ମନ୍ଦିର। ସେଠାରେ ସନ୍ଧ୍ୟାରେ ଆପଣଙ୍କୁ ଚକିତ କରିଦେବା ଭଳି ଏକ ଫାଉଣ୍ଟେନ୍‌ ଶୋ’ ହୋଇଥାଏ। ଯେଉଁଥିରେ ଜଣେ ମଣିଷ ଜନ୍ମ ହେବା ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଜୀବନକାଳକୁ ପାଣି ଏବଂ ଲାଇଟ୍‌ରେ ପ୍ରଦର୍ଶନ କରାଯାଇଥାଏ।

କୁହାଯାଏ ଯେ ଦିଲ୍ଲୀ ଆସୁଥିବା ପର୍ଯ୍ୟଟକଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ଭାଗ ପର୍ଯ୍ୟଟକ ସେହି ସ୍ଥାନକୁ ବୁଲି ଯାଇଥାନ୍ତି।

ଲୋଦି ଗାର୍ଡେନ୍‌

୯୦ ଏକର ଜାଗାରେ ନିର୍ମିତ ହୋଇଛି ଏହି ଲୋଦି ଗାର୍ଡେନ୍‌। ସେଠାକୁ ଆପଣ ବୁଲିବାକୁ ଗଲେ ଲୋଦି ବଂଶର ଅନେକ ସ୍ମାରକଗୁଡ଼ିକୁ ଦେଖିବାକୁ ପାଇବେ।   ଉକ୍ତ ସ୍ଥାନ ପ୍ରକୃତି ପ୍ରେମୀଙ୍କୁ ବହୁତ ଆକର୍ଷିତ କରିଥାଏ।

ହୁମାୟୁନ୍‌ଙ୍କ ମକବରା

ସେଠାରେ ମୋଗଲ ଶାସକ ହୁମାୟୁନ୍‌ଙ୍କ ସହ ଅନ୍ୟ ଶାସକମାନଙ୍କର ସମାଧି ରହିଛି। ଏହା ଏକ ସୁନ୍ଦର ସ୍ଥାନ। ସେହି ମକ୍‌ବରା ଗୋଟିଏ ମାତ୍ର ସ୍ଥାନ ଯେଉଁଠି ନାଲି ପଥରରେ କାରୁକାର୍ଯ୍ୟ କରି ଏତେ ବଡ଼ ବିଶାଳ ରୂପେ ତିଆରି କରାଯାଇଛି।

ଲାଲ୍‌କିଲ୍ଲା

ସାହାଜାହାନଙ୍କ ଦ୍ୱାରା ତିଆରି ହୋଇଛି ଲାଲ୍‌କିଲ୍ଲା। ଏହା ଦିଲ୍ଲୀ ସହରର ମଧ୍ୟ ଭାଗରେ ରହିଛି। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତବାସୀଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି। ସେଠାରେ ଅନେକ କୋଠା ରହିଛି ଯାହାକୁ ମେହଲ୍‌ ବୋଲି କୁହାଯାଏ। ସେଠାରେ ଅନେକ ମେହଲ୍‌ର କାନ୍ଥରେ ଅନେକ ହୀରା ଏବଂ ବହୁମୂଲ୍ୟ ପଥର ଲାଗିଥିଲା ଯାହାକୁ ଇଂରେଜ ମାନେ ନେଇଯାଇଛନ୍ତି।



from Odisha Reporter https://ift.tt/2YI0FKf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages