
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁମ୍ଭ ମେଳା ହିନ୍ଦୁ ପରମ୍ପରା ଓ ସଂସ୍କୃତିର ମହାପର୍ବ। । ୧୨ ବର୍ଷରେ ଥରେ ଗଙ୍ଗ, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୁଏ ଏହି ମେଳା । ମହା କୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ମକର ସଂକ୍ରାନ୍ତିରୁ ଏହା ଆରମ୍ଭ ହେଉଥିବା ବେଳେ ମହା ଶିବରାତ୍ରୀରେ ଶେଷ ହୁଏ। ଚଳିତ ବର୍ଷ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା କୁମ୍ଭ ମେଳାରେ ବହୁ ଶ୍ରଦ୍ଧାଳୁ ବୁଡ ପକାଇଥିଲେ। କିନ୍ତୁ ଏହି କୁମ୍ଭ ମେଳାରେ ରେଡ଼ ଲେବଲ ଚା’ର ବିଜ୍ଞାପନ କରି ହିନ୍ଦୁସ୍ତାନ ୟୁନିଲିଭର ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ବିବାଦ ଘେରକୁ ଚାଲି ଆସିଛି।
ଏକ ଚା’ ନିମନ୍ତେ ହୋଇଥିବା ବିଜ୍ଞାପନରେ କୁମ୍ଭ ମେଳାକୁ ଏପରି ଚିତ୍ରଣ କରାଯାଇଛି, ଯାହାକୁ ଦେଖି ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକେ ନିଜ ବୃଦ୍ଧ ବାପାମା’ଙ୍କଠାରୁ ନିସ୍ତାର ପାଇବାକୁ ସେମାନଙ୍କୁ କୁମ୍ଭ ମେଳାକୁ ଆଣି ଛାଡି ଦେଉଥିବା ଏହି ବିଜ୍ଞାପନରେ ଚିତ୍ରଣ ହୋଇଛି।
ଏହି ବିଜ୍ଞାପନରେ ଯାହା ଦର୍ଶାଯାଇଛି ତାହା ଭାରତର ମହାନ ସଂସ୍କୃତି, ପରମ୍ପରାକୁ କୁଠାରଘାତ କରୁଛି। ଏଥିରେ ଜଣେ ବ୍ୟକ୍ତି ନିଜ ବାପାଙ୍କୁ କୁମ୍ଭ ମେଳାକୁ ବୁଲାଇବାକୁ ଆଣିଥିଲେ। ହେଲେ ଭିଡ଼ରେ ବାପାଙ୍କ ହାତ ଛାଡି ଦେଇ ପୁଅ ଦୌଡି ପଳାଇବାକୁ ଲାଗୁଛନ୍ତି। କିଛି ବାଟ ଯିବା ପରେ ଏକ ଛୋଟ ପୁଅକୁ ନିଜ ବାପାଙ୍କ ସହ ଦେଖି ତାଙ୍କର ମଧ୍ୟ ନିଜ ବାପାଙ୍କ କଥା ମନେ ପଡୁଛି। ଏବଂ ସେ ନିଜ ଭୁଲ ହୃଦୟଙ୍ଗମ କରି ଏଥିନିମନ୍ତେ ପଶ୍ଚାତାପ ମଧ୍ୟ କରୁଛନ୍ତି।
ଏହାପରେ ସେ ନିଜକୁ ଧିକ୍କାର କରି ବାପାଙ୍କୁ ଖୋଜିବାରେ ଲାଗି ପଡୁଛନ୍ତି। ହେଲେ ତାଙ୍କ ବୃଦ୍ଧ ପିତାଙ୍କ ବିଶ୍ୱାସ ଥିଲା ଯେ, ପୁଅ ନିଶ୍ଚୟ ଫେରିବ। ସେଥିପାଇଁ ସେ ୨ଟି ରେଡ ଲେବଲ ଚା’ ମଧ୍ୟ ଅର୍ଡର କରି ସାରିଥିଲେ। ପୁଅ ପହଞ୍ଚିବା କ୍ଷଣି ତାଙ୍କୁ ତତ୍କ୍ଷଣାତ ଏକ ଚା’ କପ୍ ଧରାଇ ଦେଉଛନ୍ତି। ଏହା ଦେଖି ପୁଅ ଆଶ୍ଚର୍ଯ୍ୟ ହୋଇ ପଡୁଛି। ହେଲେ ବୃଦ୍ଧ ବାପା କହୁଛନ୍ତି ଯେ, ତୁମେ ଆସିବ ବୋଲି ମୋର ଦୃଢ ବିଶ୍ୱାସ ଥିଲା, ସେଥିପାଇଁ ଚା’ ମଧ୍ୟ ମଗାଇଥିଲି।
‘ଆପନୋ କୋ ଆପନାଓ’ ଟ୍ୟାଗ ଲାଇନ ସହ ହିନ୍ଦୁସ୍ତାନ ୟୁନିଲିଭର ଏହି ବିଜ୍ଞାପନ ପ୍ରଦର୍ଶୀତ କରିଛି। ହେଲେ କୁମ୍ଭ ମେଳାକୁ ଭୁଲ ଭାବେ ଏଥିରେ ଚିତ୍ରଣ କରାଯାଇଥିବାରୁ ଏହାକୁ ଲୋକେ ନାପସନ୍ଦ କରିଛନ୍ତି। ବହୁ ଲୋକ ‘ବୟକଟ୍ ହିନ୍ଦୁସ୍ତାନ ୟୁନିଲିଭର ପ୍ରଡ଼କ୍ଟ’ ବୋଲି ଟ୍ୱିଟ କରିଛନ୍ତି। ବାବା ରାମଦେବ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
ଭାରତୀୟ ମହାନ ସଂସ୍କୃତିରେ ଭଗବାନଙ୍କ ପରେ ପିତାମାତାଙ୍କ ପୂଜା କରାଯାଏ। ହେଲେ ହିନ୍ଦୁସ୍ତାନ ୟୁନିଲିଭର ଏହାକୁ ଭୁଲ ଭାବେ ଚିତ୍ରଣ କରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି କମ୍ପାନୀ ନିମନ୍ତେ ପାରିବାରିକ ସମ୍ପର୍କ, ମୂଲ୍ୟବୋଧର ମାନେ କିଛି ନାହିଁ। ସବୁ ସମ୍ପର୍କକୁ ଏହା କେବଳ ବସ୍ତୁ ସହ ତୁଳନା କରିଥାଏ। ଏହା ଲୋକଙ୍କ ଭାବାବେଗ ସହ ନିଜକୁ ଯୋଡି ପାରୁ ନ ଥିବାରୁ ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ ସମସ୍ତ ଉତ୍ପାଦକୁ ଫୋପାଡି ଦେବାକୁ ସେ ଆହ୍ୱାନ ଦେଇଛନ୍ତି।
from Odisha Reporter https://ift.tt/2HrGSsh
No comments:
Post a Comment