ୟୁରିନ୍ ସଂରକ୍ଷଣ କର, ବିଦେଶରୁ ଦରକାର ପଡିବନି ୟୁରିଆ: ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ୟୁରିନ୍ ସଂରକ୍ଷଣ କର, ବିଦେଶରୁ ଦରକାର ପଡିବନି ୟୁରିଆ: ଗଡ଼କରୀ

ନାଗପୁର: ଭାରତ ଚାହିଁଲେ ବିଦେଶରୁ ୟୁରିଆ ଆମଦାନୀ ବନ୍ଦ କରିପାରିବ। ଚାଇନା, ଇରାନ ଓ ଓମାନ ଭଳି ଦେଶରୁ ଭାରତକୁ ୟୁରିଆ ଆମଦାନୀ କରିବାକୁ ପଡ଼ିବ ନାହିଁ। ଏଭଳି କହିଛନ୍ତି, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସେ କହିଛନ୍ତି, ମଣିଷର ପରିଶ୍ରାରେ ଯେତେ ୟୁରିଆ ଅଂଶ ରହିଛି ତାହା ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବାରେ ଯଥେଷ୍ଚ। ଭାରତର ଜନସଂଖ୍ୟା ଏହାକୁ ପୂରଣ କରିପାରିବ।

ନାଗପୁରଠାରେ ଏକ କର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ କହିଛନ୍ତି, ଯୁବ ଉଦ୍ୟୋଗୀ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌। ଏହି ଅବସରରେ ସେ ଭାରତୀୟ ବିମାନ ବନ୍ଦରଗୁଡ଼ିକରେ ୟୁରିନ୍‌ ସଂଗ୍ରହ କରିବାର ପ୍ରସ୍ତାବ ଦେଇଛନ୍ତି। କହିଛନ୍ତି, ଯଦି ଦେଶର ସମସ୍ତ ବିମାନ ବନ୍ଦରରେ ୟୁରିନ୍‌ ସଂଗ୍ରହ କରାଯାଇ ପାରନ୍ତା ତେବେ ଆମକୁ ବିଦେଶରୁ ୟୁରିଆ ଆମଦାନୀ କରିବାକୁ ପଡ଼ନ୍ତା ନାହିଁ।

କିନ୍ତୁ କେହିବି ମୋର ଏଭଳି ଚିନ୍ତାଧାରା ଉପରେ ଧ୍ୟାନ ଦେଉ ନାହାନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଗଡ଼କରୀ କହିଥିଲେ ଯେ, ସେ ତାଙ୍କ ନିଜ ପରିଶ୍ରାକୁ ସଂରକ୍ଷଣ କରି ନିଜ ବଗିଚାରେ ବ୍ୟବହାର କରୁଛନ୍ତି।



from Odisha Reporter https://ift.tt/2ED4LtN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages