ପାଣି ଟାଙ୍କିରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ପାଣି ଟାଙ୍କିରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

dead

ବାଲିଗୁଡ଼ା (ଅଜିତ ନାୟକ): ପାଣିଟାଙ୍କିରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ଲତେଡ଼ିକିଆ ଗାଁରେ। ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ସେଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି।

ଗତକାଲି ପମ୍ପ୍ ହାଉସ୍‌ କର୍ମଚାରୀ ଗଙ୍ଗାରାମ ପ୍ରଧାନ ଟାଙ୍କିର ତଦାରଖ କରିବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖିଥିଲେ। ଏହା ପରେ ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ରାଇକିଆ ପୁଲିସ୍ ଆଜି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମୃତଦେହଟିକୁ ବାହାର କରିଥିଲା।

ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।

ଘଟଣା ସ୍ଥଳରେ ଜି.ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଏବଂ ରାଇକିଆ ଥାନା ଅଧିକାରୀ ନରେଶ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏସଡିପିଓ କହିଛନ୍ତି, ମୃତ ଯୁବତୀଙ୍କ ଦେହରେ ପୋଷାକ ନ ଥିଲା। ତାଙ୍କ ଅଣ୍ଟା ଓ ବେକରେ ପ୍ଲାଷ୍ଟିକ୍ ଦଉଡ଼ି ବନ୍ଧା ଯାଇଥିଲା। ଏଣୁ ଅନୁମାନ କରାଯାଉଛି ବାଲି ବସ୍ତା ବାନ୍ଧି ତାଙ୍କୁ ଫୋପାଡ଼ି ଦିଆଯାଇଥିଲା। ଅନ୍ୟ କେଉଁଠାରେ ତାଙ୍କୁ ହତ୍ୟା କରିବା ପରେ ଏଠାରେ ଆଣି ମୃତଦେହକୁ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି।

 



from Odisha Reporter https://ift.tt/2UBr4qA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages