“୨୦୨୫ ପରେ ପାକିସ୍ତାନ ଭାରତରେ ମିଶିଯିବ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

“୨୦୨୫ ପରେ ପାକିସ୍ତାନ ଭାରତରେ ମିଶିଯିବ”

ଇସ୍‌ଲାମାବାଦ୍‌:୨୦୨୫ ପରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ମୂଳ ରାଷ୍ଟ୍ର ଭାରତ ସହିତ ମିଶିଯିବ ବୋଲି କହିଛନ୍ତି ଆରଏସ୍ଏସ୍ର ବରିଷ୍ଠ ସ୍ୱୟଂସେବକ ଇନ୍ଦ୍ରେଶ କୁମାର। ‘କଶ୍ମୀର-ୱେ ଆହେଡ୍‌’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଲେଖିକି ରଖନ୍ତୁ, ୫ରୁ ୭ ବର୍ଷ ପରେ ଆପଣ କରାଚି, ରାୱଲପିଣ୍ଡି ଏବଂ ସିଆଲ୍‌କୋଟରେ ଘର କିଣୁଥିବେ। ଆଉ ସେଠାରେ ଆପଣ ବ୍ୟବସାୟ ମଧ୍ୟ କରୁଥିବେ।”

ସେ କହିଥିଲେ, ୧୯୪୭ ପୂର୍ବରୁ ପାକିସ୍ତାନ ନଥିଲା। ଲୋକେ କୁହନ୍ତି ୧୯୪୫ ପୂର୍ବରୁ ଏହା ଭାରତର ହିଁ ଏକ ଭାଗ ଥିଲା। ୨୦୨୫ ପରେ ଏହା ପୁଣିଥରେ ଭାରତର ଏକ ଭାଗ ହୋଇ ରହିବ।

ଅଖଣ୍ଡ ଭାରତ ବାବଦରେ ସ୍ୱର ଉଠାଇ ସେ କହିଥିଲେ, ଅଖଣ୍ଡ ଭାରତର ସମର୍ଥକମାନେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ସହିତ ଭୁଟାନ୍, ନେପାଲ, ଆଫଗାନିସ୍ତାନ ଏବଂ ବର୍ମା ବା ମ୍ୟାଁମାର ଏକାଠି ହୋଇଯାଆନ୍ତୁ ଚାହାନ୍ତି। କିନ୍ତୁ ଭାରତରେ ପାକିସ୍ତାନ କେମିତି ମିଶିବ ସେହି ବିଷୟରେ କହିନଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ରାଜନୀତିକ ଇଚ୍ଛାଶକ୍ତି କାରଣରୁ ହିଁ କଶ୍ମୀର ସମସ୍ୟାର ସମାଧାନ ପାଇଁ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁଛି। ସେ କହିଛନ୍ତି, ତେଣୁ ଏବେ ସ୍ୱପ୍ନ ଦେଖାଯାଇପାରୁଛି ଯେ ଲାହୋର ଯାଇକି ବସିବୁ ଏବଂ ମାନସରୋବର ଯିବାପାଇଁ ଚୀନ୍‌ର ଅନୁମତି ନେବାକୁ ପଡ଼ିବନି। ବାଂଲାଦେଶରେ ମଧ୍ୟ ତାଙ୍କ ପସନ୍ଦର ସରକାର ହେବ ବୋଲି ସେ ଦାବି କରିଛନ୍ତି।

ଯଦି ୟୁରୋପିଆନ୍‌ ୟୁନିଅନ୍‌ ସମ୍ଭବ ହୋଇପାରିଲା, ଭାରତୀୟ ୟୁନିଅନ୍‌ ବା ଅଖଣ୍ଡ ଭାରତ କ’ଣ ପାଇଁ ସମ୍ଭବ ନୁହେଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।



from Odisha Reporter https://ift.tt/2CqVKno

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages