
ଆଇଜଲ: ମିଜୋରାମର ନୂଆ ରାଜ୍ୟପାଳ ଭାବେ ଜଗଦୀଶ ମୁଖୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇଜଲଠାରେ ଥିବା ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଆହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ନିଲେସନ ସାଇଲୋ ଶ୍ରୀ ମୁଖୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
ଜଗଦୀଶ ଆସାମର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଗୁରୁବାର ମିଜୋରାମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ରାଜଶେଖରନ୍ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ନିର୍ବାଚନ ଲଢ଼ିବାକୁ ଥିବାରୁ ଏହି ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ମୁଖୀଙ୍କୁ ଉଭୟ ଆସାମ ଓ ମିଜୋରାମ ରାଜ୍ୟପାଳ କରାଯାଇଛି।
from Odisha Reporter https://ift.tt/2J28jeD
No comments:
Post a Comment