କଲ୍‌ କରିବାକୁ ଯାଇଥିବା ଛାତ୍ରୀଙ୍କୁ କିସ୍ ଦେଇଦେଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

କଲ୍‌ କରିବାକୁ ଯାଇଥିବା ଛାତ୍ରୀଙ୍କୁ କିସ୍ ଦେଇଦେଲେ !

ଫୁଲବାଣୀ (ତ୍ରିନାଥ ସାହୁ): ଘରକୁ ଫୋନ୍‌ କରିବା ପାଇଁ ଛାତ୍ରୀ ଜଣକ ପ୍ରଧାନଶିକ୍ଷକଙ୍କ ପାଖକୁ ଯାଇଥିଲେ। ହେଲେ ପାପ ନଜର ରଖିଥିବା ପ୍ରଧାନଶିକ୍ଷକ, ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷକ ତାଙ୍କୁ ଚୁମ୍ବନ ଦେଲେ ବୋଲି ଛାତ୍ରୀ ଜଣକ ୧୦୯୮ ଟୋଲ୍‌-ଫ୍ରି ନମ୍ବରରେ ଫୋନ୍ କରି ‘ଚାଇଲ୍‌ଡ ହେଲ୍‌ପ ଲାଇନ୍‌’କୁ ଖବର ଦେଇଥିଲେ। ଘଟଣାକୁ ନେଇ ଫୁଲବାଣୀ ସଦର ଥାନାରେ ମାମଲା ରୁଜୁ ହେବାପରେ, ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ୍ ଗିରଫ କରିଛି।

ପୂରା ଘଟଣା ଏହିପରି। ଫୁଲବାଣୀ ସଦର ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି ରାନୀ (ଛଦ୍ମନାମ)। ଗତ ୭ ତାରିଖର ଘଟଣା। ଘରକୁ ଫୋନ୍‌ କରିବା ଦରକାର ପଡ଼ିବାରୁ ସେ ଯାଇଥିଲେ ପ୍ରଧାନଶିକ୍ଷକ କାଶୀନାଥ ବେହେରାଙ୍କ ପାଖକୁ। ଉଦ୍ଦେଶ୍ୟ ଥିଲା ତାଙ୍କରି ଫୋନ୍‌ରୁ ସେ ଘରକୁ ଫୋନ୍ କରିବେ।

ହେଲେ ପ୍ରଧାନଶିକ୍ଷକ ଶ୍ରୀ ବେହେରା, କାଳେ ତାଙ୍କୁ ଫୋନ୍‌ କରିବାକୁ ଅନୁମତି ଦେବା ପରିବର୍ତ୍ତେ, ତାଙ୍କ ସମ୍ୱେଦନଶୀଳ ଅଙ୍ଗ ସ୍ପର୍ଶ କରିଥିବା ରାନୀ ଅଭିଯୋଗ କରିଛନ୍ତି। ଏପରିକି, ପ୍ରଧାନ ଶି‍କ୍ଷକ ତାଙ୍କୁ ଚୁମ୍ବନ ଦେଇଥିବା, ରାନୀ ନିଜେ ୧୦୯୮ ଟୋଲ୍‌ଫ୍ରି ନମ୍ବରରେ ଫୋନ୍‌ କରି ‘ଚାଇଲ୍‌ଡ୍‌ ଲାଇନ୍‌’କୁ ଜଣାଇଥିଲେ। ଫୋନ୍‌ ପାଇ ଚାଇଲଡ୍‌ କର୍ମକର୍ତ୍ତା ସଙ୍ଗେ ସଙ୍ଗେ ସ୍କୁଲରେ ପହଞ୍ଚି ରାନୀଙ୍କୁ ପୂରା ଘଟଣା ସମ୍ପର୍କରେ ପଚାରିଥିଲେ। ହେଲେ ମ୍ୟାଟ୍ରିକ୍‌ ପରୀକ୍ଷା ଚାଲିଥିବାରୁ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।

ଗତକାଲି ମ୍ୟାଟ୍ରିକ୍‌ ପରୀକ୍ଷା ସରିବା ପରେ ଆଜି ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ସ୍କୁଲରେ ପହଞ୍ଚି ନାବାଳିକାଙ୍କୁ ଘଟଣା ସମ୍ପର୍କରେ ଆଉଥରେ ପଚାରିଥିଲେ। ରାନୀ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ପରେ ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ପ୍ରଧାନଶିକ୍ଷକ କାଶୀନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।



from Odisha Reporter https://ift.tt/2TH7VpK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages