ଭାରତ ପାଖରେ ଯଦି ରାଫେଲ୍‌ ଥାଆନ୍ତା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଭାରତ ପାଖରେ ଯଦି ରାଫେଲ୍‌ ଥାଆନ୍ତା…

ନୂଆଦିଲ୍ଲୀ: ଅପରେସନ୍‌ ବାଲାକୋଟ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ରାଫେଲ୍‌ର ଅଭାବକୁ ଅନୁଭବ କରୁଛି ବୋଲି କହିଥିଲେ। ଯଦି ଭାରତ ପାଖରେ ଏହି ଲଢ଼ୁଆ ବିମାନ ଥାଆନ୍ତା ତେବେ ପରିସ୍ଥିତି କିଛି ଭିନ୍ନ ହୋଇଥାନ୍ତା। ରାଫେଲ୍‌କୁ ନେଇ ହୋଇଥିବା ସ୍ୱାର୍ଥନୀତି ଏବଂ ରାଜନୀତି ପାଇଁ ଦେଶରେ ବହୁତ କ୍ଷତି ହେଉଛି ବୋଲି ସେ କହିଥିଲେ। ଆଜି ଭାରତର ସମସ୍ତ ଲୋକ ଏକ ସଙ୍ଗେ ଏକ ସ୍ୱରରେ ଆମ ପାଖରେ ରାଫେଲ୍‌ ଥିଲେ କ’ଣ ନ ହୋଇଥାନ୍ତା ବୋଲି ପ୍ରଶ୍ନ କରୁଥିବାର ମୋଦି କହିଥିଲେ। ମୋଦି କହିଥିଲେ ବିରୋଧୀ ଦଳ ସବୁବେଳେ ଆଲୋଚନା ଏବଂ ତ୍ରୁଟି କାଢ଼ିବାରେ ମାହିର୍‌। କିନ୍ତୁ ସେମାନେ ଦେଶର ସୁରକ୍ଷା ହିତକୁ କ୍ଷତି ପହଞ୍ଚାଇବା ପରି କାମ କରିବା ଅନୁଚିତ।

ଏହାର ଜବାବ୍‌ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ, “ପ୍ରିୟ ପ୍ରଧାନମନ୍ତ୍ରୀ, ଆପଣଙ୍କୁ ଲାଜ ଲାଗୁନି ? ଆପଣ ୩୦ହଜାର କୋଟି ଟଙ୍କା ଚୋରି କରି ଅନୀଲ୍‌ ଅମ୍ବାନୀକୁ ଦେଇଥିଲେ। ରାଫେଲ୍‌ ବିମାନ ଆସିବାରେ ଯେଉଁ ବିଳମ୍ବ ହେଲା ସେଥିପାଇଁ କେବଳ ଆପଣ ଦାୟୀ।”

ରାଫେଲ୍‌କୁ ନେଇ ବୟାନବାଜି ଏବଂ ଘୋଟାଲା ଅଭିଯୋଗ ମଧ୍ୟରେ ପ୍ରଶ୍ନ ଉଠୁଛି, ଯଦି ସତରେ ଭାରତ ପାଖରେ ଏହି ଫାଇଟର୍‌ ପ୍ଲେନ୍‌ ଥାଆନ୍ତା ପରିସ୍ଥିତି କ’ଣ ହୋଇଥାନ୍ତ। ଚାଲିନ୍ତୁ ଜାଣିବା ଏହି ବିମାନରେ ଏମିତି କଣ ଖାସ୍‌ କଥା ଥିଲା ଯାହା ପାକିସ୍ତାନ ପାଖରେ ଥିବା ବିମାନ ଏଫ୍‌-୧୬ଠୁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରିଥାନ୍ତା।

୧.ଏହି ଦୁଇ ଇଞ୍ଜିନ୍‌ ବିଶିଷ୍ଟ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ପ୍ରଥମ ପସନ୍ଦ ଥିଲା। ଏହାକୁ ସମସ୍ତ ପ୍ରକାରର ମିଶନ୍‌ରେ ପଠାଯାଇ ପାରିଥାନ୍ତା।
୨.ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ରାଫେଲ୍‌। ଏହି ବିମାନ ସହ ମିସାଇଲ୍‌ ମଧ୍ୟ ପ୍ରସ୍ତୁତ ରହିଥାଏ।
୩.୧୫୦ କିଲୋମିଟରରୁ ଅଧିକ ବା ଆମ ଦୃଷ୍ଟିଶକ୍ତିର କ୍ଷମତାଠୁ ଅଧିକ ଦୂର ଟାର୍ଗେଟ୍‌ କରିବା ପରି ମିସାଇଲ୍, ଆକାଶମାର୍ଗରୁ ସ୍ଥଳ ଭାଗକୁ ଟାର୍ଗେଟ୍‌ କରିହେଇଥିବା ମିସାଇଲ୍।
୪.ସ୍କେଲ୍ପ ମିସାଇଲ୍‌ର ରେଞ୍ଜ ୩୦୦କିମି, ଏଥିରେ ଅସ୍ତ୍ରଶସ୍ତ୍ରର ଷ୍ଟୋରେଜ୍‌ ପାଇଁ ରହିଛି ୬ ମାସର ଗ୍ୟାରେଣ୍ଟି।
୫.ଘଣ୍ଟାପ୍ରତି ସର୍ବାଧିକ ୨,୧୩୦ କିଲୋମିଟର ସ୍ପିଡ୍‌ ଏବଂ ୩୭୦୦କିମି ପର୍ଯ୍ୟନ୍ତ ଟାର୍ଗେଟ୍‌ କ୍ଷମତା।
୬. ଗୋଟିଏ ମିନିଟ୍‌ରେ ୬୦,୦୦୦ଫୁଟ ଉଚ୍ଚ ଏବଂ ୪.୫ ଜେନେରେସନ୍‌ର ଟ୍ୱିନ୍‌ ଇଞ୍ଜିନ୍‌ ।
୭.୨୪,୫୦୦ କିଲୋର ଓଜନ ଉଠାଇବାକୁ ସକ୍ଷମ ଏବଂ ୬୦ଘଣ୍ଟାର ଅତିରିକ୍ତ ସମୟ ଉଡ଼ିପାରୁଥିବା ବିମାନ।
୮. ବିମାନ ସବୁବେଳେ ଯୁଦ୍ଧ ପାଇଁ ୭୫% ପ୍ରସ୍ତୁତ ରହିଥାଏ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ନେବା ପାଇଁ ସକ୍ଷମ।
୯. ଆଫଗାନିସ୍ତାନ ଏବଂ ଲିବିୟାରେ ଶକ୍ତି ପ୍ରଦର୍ଶନ କରିସାରିଛି ରାଫେଲ୍‌।
୧୦. ଭାରତୀୟ ବାୟୁ ସେନା ଆଧାରରେ ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି।



from Odisha Reporter https://ift.tt/2tNpaaD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages