କର୍ଣ୍ଣାଟକା ମନ୍ତ୍ରୀଙ୍କ ଘରେ ଆୟକର ଚଢ଼ଉ, ମୁଖ୍ୟମନ୍ତ୍ରୀ ବାରିଲେ ଷଡ଼ଯନ୍ତ୍ରର ଗନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

କର୍ଣ୍ଣାଟକା ମନ୍ତ୍ରୀଙ୍କ ଘରେ ଆୟକର ଚଢ଼ଉ, ମୁଖ୍ୟମନ୍ତ୍ରୀ ବାରିଲେ ଷଡ଼ଯନ୍ତ୍ରର ଗନ୍ଧ

ବେଙ୍ଗାଲୁରୁ: କର୍ଣ୍ଣାଟକାର କ୍ଷୁଦ୍ର ଜଳସେଚନ ମନ୍ତ୍ରୀ ସିଏସ୍‌ ପୁଟ୍ଟାରାଜୁଙ୍କ ଘରେ ଆଜି ଭୋରରୁ ଆୟକର ବିଭାଗ ଚଢ଼ଉ କରିଛି। ଆୟକର ବିଭାଗର ଅଧିକାରୀଙ୍କ ସହ ଏହି ଚଢ଼ଉରେ ସିଆରପିଏଫ୍‌ ଯବାନମାନେ ସାମିଲ ଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଜେଡିଏସ୍‌ ନେତା ପୁଟ୍ଟାରାଜୁ କହିଛନ୍ତି, ଆଜି ଭୋରରୁ ଆୟକର ବିଭାଗ ଓ ସିଆରପିଏଫ୍‌ର ୩ଟି ଟିମ୍‌ ମାଣ୍ଡ୍ୟାର ଚିନ୍ନାକୁରୁଲ୍ଲୀ ସ୍ଥିତ ମୋ ବାସଭବନରେ ଚଢ଼ଉ କରିଥିଲା। ସେହିପରି ମହୀଶୂରରେ ଥିବା ମୋ ପୁତୁରା ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି।”

ଅନ୍ୟପକ୍ଷରେ ଏଭଳି ଚଢ଼ଉକୁ ରାଜନୀତିକ ରୂପ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ। ସେ କହିଛନ୍ତି, “ଆୟକର ବିଭାଗର ଚଢ଼ଉରେ ପ୍ରଧାନମନ୍ତ୍ରୀଙ୍କ ପ୍ରକୃତ ସର୍ଜିକାଲ ଷ୍ଟ୍ରାଇକ୍‌ ସାମ୍ନାକୁ ଆସିଛି। ଆୟକର ବିଭାଗ ଭଳି ଏକ ସାମ୍ବିଧାନିକ ସଂସ୍ଥାକୁ ମୋଦି ନିଜର ରାଜନୀତିକ ପ୍ରତିଶୋଧ ନେବା ପାଇଁ ବ୍ୟବହାର କରୁଛନ୍ତି। ନିର୍ବାଚନ ସମୟରେ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ମୋଦି ସରକାରଙ୍କ ଏଭଳି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ।”

ଗତକାଲି କୁମାରସ୍ୱାମୀ କହିଥିଲେ, “ମୋତେ ଲାଗୁଛି ଖୁବ୍‌ଶୀଘ୍ର କର୍ଣ୍ଣାଟକା ମନ୍ତ୍ରୀ ଓ ନେତାଙ୍କ ଘରେ ଚଢ଼ଉ ହେବ। ମୋଦି ଏସବୁ କରିବାକୁ ଯୋଜନା କରୁଥିବା ମୋତେ ଲାଗୁଛି।” କୁମାରସ୍ୱାମୀଙ୍କ ଏଭଳି ବୟାନକୁ ୨୪ ଘଣ୍ଟା ପୂରି ନଥିବା ବେଳେ ଆଜି ସକାଳୁ ଆୟକର ବିଭାଗର ଚଢ଼ଉ ଆରମ୍ଭ ହୋଇଛି।



from Odisha Reporter https://ift.tt/2CHJBKC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages