ଛାତ୍ରଙ୍କୁ ପିଟି ମାରିଦେଲେ ସିନିୟର, ଘଟଣା ଲୁଚାଇବାକୁ ଶବ ପୋତିଦେଲେ ସ୍କୁଲ କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଛାତ୍ରଙ୍କୁ ପିଟି ମାରିଦେଲେ ସିନିୟର, ଘଟଣା ଲୁଚାଇବାକୁ ଶବ ପୋତିଦେଲେ ସ୍କୁଲ କର୍ତ୍ତୃପକ୍ଷ

ଡେରାଡୁନ୍‌: ସାମାନ୍ୟ କଥାକୁ ନେଇ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ତାଙ୍କ ସିନିୟରମାନେ ପିଟିପିଟି ହତ୍ୟା କରିଦେଲେ। ଆଉ ଏହି ଘଟଣା ବାବଦରେ ଡେରାଡୁନ ସ୍ଥିତ ସମ୍ପୃକ୍ତ ସ୍କୁଲର କର୍ତ୍ତୃପକ୍ଷ ସୂଚନା ପାଇବା ପରେ ବଦନାମ ହେବା ଭୟରେ ପୁଲିସ୍‌କୁ ନ ଜଣାଇ ମୃତଦେହକୁ କ୍ୟାମ୍ପସ୍‌ରେ ହିଁ ପୋତିଦେଲେ। ଡେରାଡୁନ୍‌ଠାରୁ ୨୦୦ କିଲୋମିଟର ଦୂରରେ ହାପୁରରେ ରହୁଥିବା ମୃତ ଛାତ୍ରଙ୍କ ବାପାମା ଏହି ଘଟଣା ସମ୍ପର୍କରେ ଗୋଟିଏ ଦିନ ପରେ ସୂଚନା ପାଇଥିଲେ।

ଗତ ମାର୍ଚ୍ଚ ୧୦ ତାରିଖରେ ଏହି ଘଟଣା ଘଟିଥିଲା, କିନ୍ତୁ ଉତ୍ତରାଖଣ୍ଡ ଶିଶୁ ଅଧିକାର ସୁରକ୍ଷା କମିଶନ୍‌ ଏଥିରେ ହସ୍ତକ୍ଷେପ କରିବାପରେ ଏହି ଘଟଣା ଉପରୁ ପରଦା ଉଠିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସେମାନେ ମଉଜ ଟ୍ରିପରେ ଯାଇଥିବାବେଳେ ପ୍ରାଣ ହରାଇଥିବା ପିଲାଜଣକ ବିସ୍କୁଟ୍‌ ଚୋରି କରିଥିବା ଅଭିଯୋଗ ହେବା ପରେ ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ସମ୍ପର୍କରେ ଖବର ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ କେତେଜଣ ସିନିଅର ଛାତ୍ରଙ୍କୁ ଦଣ୍ଡ ସ୍ୱରୂପ ଆଉ କ୍ୟାମ୍ପସ୍‌ ଛାଡ଼ି ସେମାନେ ବାହାରକୁ ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ପିଲା ପାଇଁ ହିଁ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଲା ବୋଲି ଧରିନେଇ ସେମାନେ ସଙ୍ଘବଦ୍ଧ ଭାବେ ତାକୁ କ୍ରିକେଟ ବ୍ୟାଟ୍‌ ଓ ଷ୍ଟମ୍ପରେ ପ୍ରବଳ ମାଡ଼ ମାରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାକୁ ହସ୍ପିଟାଲ ନିଆଯାଇଥିଲେ ହେଁ, ସେଠାରେ ହିଁ ପିଲାଟିକୁ ମୃତ ଘୋଷଣା କରାଯାଇଥିଲା।

ପୁଲିସ୍‌ କହିଛି, ଏହି ହତ୍ୟା ଘଟଣା ଜାଣିବା ପରେ ସ୍କୁଲ ପକ୍ଷରୁ ଥାନାରେ ଖବର ଦିଆଯାଇନଥିଲା। ବରଂ ଏହି ମାମଲାକୁ ଚପାଇ ଦେବା ପାଇଁ ଉକ୍ତ ଛାତ୍ରର ମୃତଦେହକୁ କ୍ୟାମ୍ପସ୍‌ ଭିତରେ ଗାତ ଖୋଳି ପୋତିଦିଆ ଯାଇଥିଲା।

ଏହି ଘଟଣାରେ ସ୍କୁଲ ପରିଚାଳକ, ୱାର୍ଡେନ୍, ପିଟି ଏବଂ ଦୁଇଜଣ ଛାତ୍ରଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।



from Odisha Reporter https://ift.tt/2FI0Q0t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages