
ମୁମ୍ବାଇ: ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରି ବିଜୟ ସହ ଶୁଭାରମ୍ଭ କରିଛି। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଯୁବ ୱିକେଟକିପର ଋଷଭ ପନ୍ତ(୭୮ ରନ୍, ୨୭ ବଲ, ୭ ଚୌକା, ୭ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୬ ୱିକେଟ ହରାଇ ୨୧୩ ରନ କରିଥିଲା।
ଜବାବରେ ମୁମ୍ବାଇ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ଯୁବରାଜ ସିଂହ ସର୍ବାଧିକ ୫୩ (୩୫ ବଲ, ୫ ଚୌକା, ୩ ଛକା) ରନ କରିଥିବା ବେଳେ କୃନାଲ ପାଣ୍ଡ୍ୟା ୩୨, କ୍ୱିଣ୍ଟନ ଡିକକ ୨୭, କାଇରନ ପୋଲାର୍ଡ ୨୧ ଓ ରୋହିତ ଶର୍ମା ୧୪ ରନ କରିଥିଲେ।
ଦିଲ୍ଲୀର ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ଓ କାଗିସୋ ରବାଡା ୨ଟି ଲେଖାଏ ୱିକେଟ ହାସଲ କରିଥିଲେ। ନିଜର ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଯୋଗୁ ପନ୍ତ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ପନ୍ତଙ୍କ ବ୍ୟତୀତ ଦିଲ୍ଲୀ ପକ୍ଷରୁ କଲିନ ଇନଗ୍ରାମ (୪୭) ଓ ଶିଖର ଧୱନ୍ (୪୩) ଉପଯୋଗୀ ରନର ଯୋଗଦାନ କରିଥିଲେ। ଏହି ମ୍ୟାଚରେ ଦିଲ୍ଲୀର ପନ୍ତ ଓ ଶିଖର ଧୱନ ରେକର୍ଡ କରିଛନ୍ତି। ଏହି ରେକର୍ଡଗୁଡ଼ିକ ହେଲା…
୧– ପନ୍ତ ଏହି ମ୍ୟାଚରେ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ମାରିଛନ୍ତି। ଏହି ମାମଲାରେ ସେ ଜୋସ ବଟଲରଙ୍କ ସହ ଦ୍ୱାଦଶ ଖେଳାଳି ଭାବେ ଦ୍ରୁତ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି।
୨– ଧୱନ ଏହି ମ୍ୟାଚରେ ୩୬ ବଲରେ ୪୩ ରନର ଇନିଂସ ଖେଳିଛନ୍ତି। ଏଥିସହ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଛନ୍ତି। ମୁମ୍ବାଇ ବିପକ୍ଷରେ ସେ ଏପର୍ଯ୍ୟନ୍ତ ୬୨୯ ରନ୍ କରିଛନ୍ତି।
୩– ଉକ୍ତ ମ୍ୟାଚରେ ପନ୍ତ ୭ ଛକା ମାରିବା ସହ ଦିଲ୍ଲୀର ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ମଧ୍ୟ ୭ ଚୌକା ମାରିଛନ୍ତି।
୪– ୨୦୧୨ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥର ପାଇଁ ଆଇପିଏଲର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ୨୦୧୨ ପରଠାରୁ ଆଇପିଏଲରେ ତା’ର ପ୍ରଥମ ମ୍ୟାଚରେ ବିଜୟର ସ୍ୱାଦ ଚାଖିପାରି ନାହିଁ।
୫– ଯୁବରାଜ ସିଂହ ଆଇପିଏଲରେ ନିଜର ୧୩ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଦିଲ୍ଲୀ ଟିମ ବିପକ୍ଷରେ ମଧ୍ୟ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା। ଏହାଛଡ଼ା ୨୦୧୭ ପରେ ଅର୍ଥାତ ୯ ଇନିଂସ ପରେ ଯୁବି ନିଜର ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି।
୬– କାଇରନ ପୋଲାର୍ଡ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ମୁମ୍ବାଇ ପାଇଁ ୩ହଜାର ରନ୍ କରିଛନ୍ତି। ତାଙ୍କ ଆଗରେ କେବର ରୋହିତ ଶର୍ମା (୩୬୧୦ ରନ) ଅଛନ୍ତି।
୭– ରୋହିତ ଶର୍ମା ତୃତୀୟ ଭାରତୀୟ ଖେଳାଳି ଭାବେ ଟି-୨୦ରେ ୩୦୦ ମ୍ୟାଚ ଖେଳିଛନ୍ତି। ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି (୩୦୩) ଓ ସୁରେଶ ରାଇନା (୩୦୩) ଏହି ତାଲିକାରେ ସ୍ଥାନ ପାଇଛନ୍ତି।
from Odisha Reporter https://ift.tt/2JFQgen
No comments:
Post a Comment