ମ୍ୟାଲେସିୟାକୁ ତେଜସ ବିକ୍ରି କରିବ ଭାରତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ମ୍ୟାଲେସିୟାକୁ ତେଜସ ବିକ୍ରି କରିବ ଭାରତ!

ନୂଆଦିଲ୍ଲୀ: ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ‘ତେଜସ’କୁ ଭାରତ ସରକାର ମ୍ୟାଲେସିୟାକୁ ବିକ୍ରି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ତେଜସ ଯୁଦ୍ଧ ବିମାନକୁ ଲାଙ୍ଗକାୱି ଇଣ୍ଟରନ୍ୟାଶନାଲ ମାରିଟାଇମ ଓ ଏରୋସ୍ପେସ ଏକଜିବିଶନ୍‌(ଏଲଆଇଏମ୍‌ଏ)ରେ ପ୍ରଦର୍ଶିତ କରାଯିବ। ମ୍ୟାଲେସିୟା ସରକାର ନିଜ ଦେଶର ବାୟୁସେନା ପାଇଁ ତେଜସ ବିମାନ କିଣିବାକୁ ଚାହୁଁଥିବାରୁ, ପ୍ରଥମେ ଏହାକୁ ସର୍ବସାଧାରଣରେ ପ୍ରଦର୍ଶନ କରାଯିବ। ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଥିବା ପ୍ରଦର୍ଶନୀ

କାର୍ଯ୍ୟକ୍ରମ ପାଇଁ ଆଜି ଦୁଇଟି ତେଜସ ବିମାନ ଏକ ୫୦ ଜଣିଆ ଟିମ୍‌ ସହ କ୍ୱାଲାଲମପୁରରେ ପହଞ୍ଚିଛନ୍ତି। ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ତେଜସ ସହ ଚୀନ୍‌-ପାକ୍‌ ନିର୍ମିତ ଜେଏଫ-୧୭ ଓ କୋରିଆ ନିର୍ମିତ ଏଫ୍‌/ଏ-୫୦ ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବ। ତେବେ ତେଜସ ସମସ୍ତଙ୍କୁ ଅଧିକ ଆକର୍ଷିତ କରିବ ବୋଲି ମ୍ୟାଲେସିୟାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅନିରୁଦ୍ଧ ଚୌହାନ କହିଛନ୍ତି।



from Odisha Reporter https://ift.tt/2Ueez78

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages