
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଡାକ୍ତର ଦାମୋଦର ରାଉତଙ୍କ ପରେ ପଦ୍ମ କ୍ୟାମ୍ପରେ ସାମିଲ୍ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଆସନ୍ତାକାଲି ସେ କଂଗ୍ରେସ ଛାଡୁଥିବା ପ୍ରକାଶଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରକାଶ କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି।
ସେପଟେ ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କ ଟିକଟ କେହି କାଟି ପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶଙ୍କ ବିଜେଡି ଯିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଉଛି।
ସୂଚନାରୁ ପ୍ରକାଶ, ଗତକିଛି ଦିନ ତଳେ ପ୍ରକାଶ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ଏହାପରେ ଚର୍ଚ୍ଚା ହେଉଥିଲା ଯେ, ସେ ବିଜେଡିରେ ଯୋଗଦେଇପାରନ୍ତି। କିନ୍ତୁ ଗତ ଦୁଇ ଦିନ ତଳେ ପ୍ରତାପ ଜେନାଙ୍କ ଖୋଲା ଘୋଷଣା ପରେ ପ୍ରକାଶ ବିଜେପି ମୁହାଁ ହୋଇଥିବା ଆଲୋଚନା ହେଉଛି।
ଅନ୍ୟପକ୍ଷରେ ପ୍ରକାଶ କେଉଁ ଦଳରେ ଯୋଗଦେଲେ ଭଲ ହେବ, ସେଥିପାଇଁ ସର୍ଭେ କରୁଥିଲେ। ସାଲେପୁର ନିର୍ବାଚନମଣ୍ଡଳୀର ଭୋଟରଙ୍କ ମତାମତ ନେବା ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ।
from Odisha Reporter https://ift.tt/2HAPOeE
No comments:
Post a Comment