କଂଗ୍ରେସରେ ମିଶିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

କଂଗ୍ରେସରେ ମିଶିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

rajeswaree

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଏନେଇ ଆଜି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେ କହିଛନ୍ତି, ପ୍ରତ୍ୟୁଷା କଂଗ୍ରେସରେ ମିଶିବା ନେଇ ଚିଠି ଦେଇଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେବେ।

ନିରଞ୍ଜନ କହିଛନ୍ତି, ପ୍ରତ୍ୟୁଷା କେଉଁଠୁ ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ଚୂଡାନ୍ତ ହୋଇସାରିଛି। ଆଉ ଏଥିରେ ପରିବର୍ତ୍ତନ ହେବ ନାହିଁ। ଯଦି ସେ ନୟାଗଡ଼ ବିଧାନସଭା କିମ୍ବା ପୁରୀ ଲୋକସଭା ଆସନରେ ଛିଡ଼ା ହେବାକୁ ଇଛା ପ୍ରକାଶ କରିବେ, ତେବେ ତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ନ ପାଇବା ପରେ ପ୍ରତ୍ୟୁଷା ନୟାଗଡ଼ ବିଧାନସଭା ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ସେ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ।

ପ୍ରତ୍ୟୁଷା ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ। ଟିକେଟ୍ ନ ମିଳିବାରୁ ସେ ଦଳ ଛାଡ଼ିଥିଲେ। ଟିକେଟ୍ ନ ଦେଇ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେଡ଼ି ଛାଡ଼ିଲେ ପ୍ରତ୍ୟୁଷା: କହିଲେ, ଅରୁଣ ହଇରାଣ କରୁଥିଲେ



from Odisha Reporter https://ift.tt/2ul62AN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages