ବାଦାମରେ ତିଆରି କରନ୍ତୁ କାଜଲ୍‌, ଦେଖାଦେବ ନାହିଁ କୌଣସି ଆଖି ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ବାଦାମରେ ତିଆରି କରନ୍ତୁ କାଜଲ୍‌, ଦେଖାଦେବ ନାହିଁ କୌଣସି ଆଖି ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖିରେ ସାମାନ୍ୟ କାଜଲ୍‌ ଲଗାଇଦେଲେ ତାହା ଯେକୌଣସି ମହିଳାଙ୍କ ସୁନ୍ଦରତାକୁ ବଢାଇ ଦେଇଥାଏ। ଯେତେ ମେକ୍‌ଅପ୍‌ ନେଲେ ବି କାଜଲ ବିନା ତାହା ଅସମ୍ପୂର୍ଣ୍ଣ ଲାଗେ। ଆଜିକାଲିର ଆଧୁନିକ ନାରୀ ମଧ୍ୟ ନିଜ ହ୍ୟାଣ୍ଡ ବ୍ୟାଗ୍‌ରେ ଅନ୍ୟ ସବୁ ମେକ୍‌ଅପ୍‌ ସାମଗ୍ରୀ ସହ କାଜଲ୍‌ ରଖିବାକୁ ଭୁଲୁ ନାହାନ୍ତି।  ଏହା ଆଖିର ସୁନ୍ଦରତା ବଢ଼ାଇବା ସହ ଆଖି ପାଇଁ  ଲାଭଦାୟକ ମଧ୍ୟ ହୋଇଥାଏ।

କିନ୍ତୁ  ବଜାରରେ ମିଳୁଥିବା କାଜଲ୍‌ରେ କେମିକାଲ୍‌ ମିଶୁଥିବାରୁ ଏହାର ଖରାପ ପ୍ରଭାବ ଆଖି ଉପରେ ପଡୁଥିବା ପରିଲକ୍ଷିତ ହେଉଛି । ତେଣୁ ଆଜି ଆମେ ଆପଣଙ୍କୁ ଘରେ କିପରି ପ୍ରାକୃତିକ ଜିନିଷରେ କାଜଲ୍‌ ତିଆରି କରିବେ ତାହା କହିବାକୁ ଯାଉଛୁ।

ଏହାର ପ୍ରମୁଖ ସାମଗ୍ରୀ ହେଉଛି ବାଦାମ। ଆପଣ ୪ରୁ ୫ଟି ବାଦାମ ନିଅନ୍ତୁ। ୨ ଚାମଚ ଆଲୋବେରା ଜେଲ୍‌, ୨ରୁ ୩ ଚାମଚ ନଢ଼ିଆ ତେଲ।
ପ୍ରଥମେ ଆପଣ ଏକ କାଚ ପାତ୍ର ବା ପ୍ଲେଟ୍‌ରେ ବାଦାମ ନେଇ ତାକୁ ଲାଇଟର୍‌ ସାହାଯ୍ୟରେ ଜଳାନ୍ତୁ। ବାଦାମ ଜଳି ପାଉଡର୍‌ ହେବା ପର୍ଯ୍ୟନ୍ତ ଜଳାନ୍ତୁ। ତା ପରେ ଏହ ପାତ୍ରକୁ କାଢ଼ି ସେଥିରେ ଆଲୋବେରା ଜେଲ୍‌, ନଢ଼ିଆ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଯଦି ନଢ଼ିଆ ତେଲ ଜମି ଯାଇଛି ତାହାଲେ ତେଲକୁ ଅଳ୍ପ ତରଳାଇ ଦିଅନ୍ତୁ। ଆଉ ଯଦି ଆପଣଙ୍କ ପାଖରେ ଫ୍ରେସ୍‌ ଆଲୋବେରା ନାହିଁ ତାହାଲେ ବଜାରରେ ମିଳୁଥିବା ଆଲୋବେରା ଜେଲ୍‌କୁ ଆଣି ବ୍ୟବହାର କରିପାରିବେ।


ତା ପରେ ଏହାକୁ ବନ୍ଦ ହେଉଥିବା ଏକ ପାତ୍ରରେ ରଖିଦିଅନ୍ତୁ। ଆପଣ ବ୍ରଶ୍‌ ସାହାଯ୍ୟରେ ଏହାକୁ ଆଖିରେ ଲଗାଇପାରିବେ। ଆପଣ ଆଇ ଲାଇନର୍‌ ଭାବେ ମଧ୍ୟ ଏହାକୁ ଲଗାଇ ପାରିବେ।
କାଜଲ୍‌ ଖରାପ ନ ହେବା ପାଇଁ ସେଥିରେ ଅଳ୍ପ ଟାଲ୍‌କମ୍‌ ପାଉଡର୍‌ ପକାଇ ଦିଅନ୍ତୁ। ସବୁବେଳେ କାଜଲ୍‌କୁ ଆଖିର ବାହାର କୋଣରୁ ଆରମ୍ଭ କରି ଲଗାଇବା ଦରକାର। ଆପଣ ଯଦି ପ୍ରାଇମର୍‌ ଲଗାଉଛନ୍ତି ତାହାଲେ ଆପଣ କାଜଲ୍‌କୁ ସିଧା କରି ଲଗାନ୍ତୁ। ଏହା କଲେ ଆଖିରେ କାଜଲ୍‌ ଅଧିକ ସମୟ ପାଇଁ ରହିବ।

ବାଦାମର ଫାଇଦା
ବାଦାମ ଆଖି ପାଇଁ  ବହୁ ଉପକାରୀ ହୋଇଥାଏ। ଏହା ଆଖିକୁ  ସୁସ୍ଥ ଏବଂ ଉଜ୍ଜଳ କରିଥାଏ। ବାଦାମରେ ଥିବା ପୋଷକ ତତ୍ତ୍ୱ ଆଖିରେ ଥିବା ଧୁଳିକୁ ବି ବାହାର କରିଦିଏ।
ଆଲୋବେରାର ଫାଇଦା
ଆଲୋବେରା ଆମ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ। ଏଥରେ ଥିବା ଥଣ୍ଡା ଅଂଶ ଆପଣଙ୍କ ଆଖିକୁ ଥଣ୍ଡା ରଖିଥାଏ। ଏହା ଦ୍ୱାରା ଆଖି ତାଜା ରହିଥାଏ।
ନଢ଼ିଆ ତେଲର ଫାଇଦା
ଏହା ମଧ୍ୟ ଆଖିକୁ ଥଣ୍ଡା ଦେଇଥାଏ। ଏବଂ  ଆଖିକୁ ଶୁଷ୍କ ହେବାକୁ ଦିଏନାହିଁ।



from Odisha Reporter https://ift.tt/2OgJkD1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages