ୟାସିନ୍‌ ମାଲିକ୍‌ର ଜେକେଏଲଏଫ୍‌ ନିଷିଦ୍ଧ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ୟାସିନ୍‌ ମାଲିକ୍‌ର ଜେକେଏଲଏଫ୍‌ ନିଷିଦ୍ଧ ଘୋଷିତ

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ର ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌)କୁ ଆତଙ୍କବାଦ ନିରୋଧୀ ଆଇନରେ ନିଷିଦ୍ଧ ଘୋଷଣା କରାଯାଇଛି। ପିଟିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜମ୍ମୁ କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟିରେ ଏହି ସଂଗଠନର ପ୍ରଚ୍ଛନ୍ନ ହାତ ରହିଥିବାରୁ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନର ବିଭିନ୍ନ ବ୍ୟବସ୍ଥା ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନର ସହାୟତାରେ କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରି ଆସୁଥିବା ବିଭିନ୍ନ ବିଛିନ୍ନତାବାଦୀ ନେତାଙ୍କ ମଧ୍ୟରୁ ୟାସିନ୍‌ ପ୍ରମୁଖ।

ଚଳିତ ମାସରେ କଶ୍ମୀରୀ ଅନୁଷ୍ଠାନ ବ୍ୟାନ୍‌ ହେବାରେ ଏହା ଦ୍ୱିତୀୟ ଘଟଣା। ପୂର୍ବରୁ ଜମାତ୍‌-ଏ-ଇସ୍‌ଲାମୀକୁ ମଧ୍ୟ ବ୍ୟାନ୍‌ କରାଯାଇଥିଲା।



from Odisha Reporter https://ift.tt/2untXQ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages