ବିରାଟଙ୍କ ୪୧ତମ ଦିନିକିଆ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିରାଟଙ୍କ ୪୧ତମ ଦିନିକିଆ ଶତକ

ରାଞ୍ଚି: ଅବିଶ୍ୱସନୀୟ ଫର୍ମରେ ଥିବା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି। ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ ନିଜର ୪୧ତମ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ନାଗପୁରରେ ବିରାଟ ନିଜର ୪୦ତମ ମାରି ନୂଆ ରେକର୍ଡ ସ୍ଥାପନ କରିଥିଲେ। ଆଜି ମଧ୍ୟ ନିଜର ଶତକୀୟ ଇନିଂସ୍ ମଧ୍ୟରେ ବିରାଟ ଏକାଧିକ ରେକର୍ଡ କରିଛନ୍ତି।

ବିରାଟ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ ସର୍ବାଧିକ ଶତକ ମାରିଛନ୍ତି। ତାଙ୍କ ଆଗରେ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୪୯) ହିଁ ଅଛନ୍ତି। ସଚିନଙ୍କ ବିଶ୍ୱରେକର୍ଡଠାରୁ କୋହଲି ଆହୁରି ୮ଶତକ ପଛରେ ଅଛନ୍ତି। କିନ୍ତୁ କୋହଲି ଖୁବଶୀଘ୍ର ଏହି ରେକର୍ଡକୁ ମଧ୍ୟ ଟପିଯିବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ମ୍ୟାଚରେ ବିରାଟ ଅଧିନାୟକ ଭାବେ ୪ହଜାର ରନ୍ ପୂରଣ କରି ମହେନ୍ଦ୍ର ସିଂହ ଧୋନି (୬୬୪୧), ମହମ୍ମଦ ଆଝାରୁଦ୍ଦିନ (୫୨୩୯) ଏବଂ ସୌରଭ ଗାଙ୍ଗୁଲି (୫୧୦୪)ଙ୍କ ସହ ଏଲିଟ୍ କ୍ଲବରେ ସାମିଲ୍ ହୋଇଛନ୍ତି।



from Odisha Reporter https://ift.tt/2C60VZt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages