ରାହୁଲଙ୍କ ଷ୍ଟେଲା ମ୍ଯାରସ୍ କଲେଜ ସଭାକୁ କ୍ଲିନ୍ ଚିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ରାହୁଲଙ୍କ ଷ୍ଟେଲା ମ୍ଯାରସ୍ କଲେଜ ସଭାକୁ କ୍ଲିନ୍ ଚିଟ୍

ଚେନ୍ନାଇ: ମାର୍ଚ୍ଚ ୧୩ରେ ଚେନ୍ନାଇ ସ୍ଥିତ ଷ୍ଟେଲା ମ୍ଯାରସ୍ କଲେଜରେ ଛାତ୍ରଛାତ୍ରୀଙ୍କ ସହ ରାହୁଲ ଗାନ୍ଧୀ କରିଥିବା ସଭା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁନାହିଁ। ନିର୍ବାଚନ କମିଶନ ତାମିଲନାଡ଼ୁ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି।

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ନିଜର ବକ୍ତବ୍ଯ ରଖିଥିଲେ ରାହୁଲ ଗାନ୍ଧୀ ତେଣୁ ଏହା ଆଚରଣ ବିଧି ଉଲ୍ଲଂଘନ ନୁହେଁ ବୋଲି ତାମିଲନାଡ଼ୁ ନିର୍ବାଚନ ଅଧିକାରୀ ସତ୍ଯବ୍ରତ ସାହୁ କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ବାବଦରେ ପୂର୍ବରୁ ଅବଗତ ଥିଲା, ଗାନ୍ଧୀଙ୍କ ନାମରେ ଏହି ଆଲୋଚନାଚକ୍ର ଆୟୋଜନ ହୋଇଥିଲା ବୋଲି ତାମିଲନାଡୁ ନିର୍ବାଚନ ଅଧିକାରୀ କହିଛନ୍ତି।

ତେବେ ଏକ ଶିକ୍ଷାନୁଷ୍ଠାନରେ ରାହୁଲଙ୍କ ଏହି ଆଲୋଚନା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା କହି ତଦନ୍ତ ଦାବି କରିଥିଲା ତାମିଲନାଡୁ ସରକାର। ଏହାପରେ ଚେନ୍ନାଇ ସ୍ଥିତ ଷ୍ଟେଲା ମ୍ଯାରସ୍ କଲେଜକୁ ନୋଟିସ ପଠାଯାଇ ଜବାବ ତଲବ କରାଯାଇଥିବା ସୂଚନା ରହିଛି।



from Odisha Reporter https://ift.tt/2OivBeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages