ଛୋଟ ଛୁଆ ହୋଲି ଖେଳୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଛୋଟ ଛୁଆ ହୋଲି ଖେଳୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଙ୍ଗର ଏହି ପର୍ବକୁ ଆମେ ବହୁତ ଧୁମ୍‌ଧାମ୍‌ରେ ପାଳନ କରିଥାଉ। କେବଳ ବଡ଼ ଲୋକ ନୁହେଁ ଛୋଟଛୁଆଙ୍କର ମଧ୍ୟ ଏହି ପର୍ବ ବହୁତ ପ୍ରିୟ ହୋଇଥାଏ। ସାଙ୍ଗଙ୍କ ସହ ପାଣିରେ ଖେଳିବା, ରଙ୍ଗ ମାରିବା ଇତ୍ୟାଦି ଛୋଟ ଛୁଆଙ୍କୁ ବହୁତ ପସନ୍ଦ ଆସେ। କିନ୍ତୁ ସବୁ ବର୍ଷ ଏପରି କିଛି ଘରଣା ସାମ୍ନାକୁ ଆସେ ଯାହା ଶୁଣିଲେ ଆମେ ବହୁତ ଚିନ୍ତିତ ହେଉଯାଉ। ଛୋଟ ଛୁଆମାନେ ଖେଳିଲା ବେଳେ ମଜା ମଜାରେ ବିଭିନ୍ନ ପ୍ରକାର ଦୁର୍ଘଟଣାର ଶିକାର ହୋଇଥାନ୍ତି।

ତେଣୁ ଆପଣ ଏହି ହୋଲିରେ କିଛି ବିଷୟ ପ୍ରତି ଧ୍ୟାନ ଦେଲେ ହେବାକୁ ଥିବା ଦୁର୍ଘଟଣାକୁ ରୋକି ପାରିବା। ବିଶେଷ କରି ଏହି ସମୟରେ ପିଲାଙ୍କ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଆବଶ୍ୟକ। ତାହାଲେ ଆପଣ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣି ରଖନ୍ତୁ।

ଛୋଟ ପିଲାଙ୍କ ଉପରେ ନଜର ରଖନ୍ତୁ

ଛୋଟ ଛୁଆଙ୍କ ଉପରେ ତ ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ। କିନ୍ତୁ ହୋଲି ଖେଳିବା ସମୟରେ ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପିଚ୍‌କାରି, ରଙ୍ଗ  ମାରିବା ଆଦି ସମୟରେ ଯେପରି କାହାର କିଛି କ୍ଷତି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଖେଳ ଭିତରେ ପିଲାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ। ତେଣୁ   ଏପରି ଘଟଣାକୁ ହାଲକା ଭାବେ ନିଅନ୍ତୁ ନାହିଁ।

ହର୍ବାଲ୍‌ ରଙ୍ଗ ଖେଳନ୍ତୁ

ଛୋଟ ଛୁଆଙ୍କୁ ରଙ୍ଗ ଖେଳିବାରୁ କେହି ରୋକି ପାରିବେ ନାହିଁ। ତେଣୁ ଅନେକ ସମୟରେ ଦେଖାଯାଏ ଯେ, ହୋଲି ଖେଳିଲା ବେଳେ ଆଖି କାନରେ ରଙ୍ଗ ପଶି ଯାଇଥାଏ। ଏଥିପାଇଁ ଆପଣ ଛୋଟ ଛୁଆଙ୍କୁ ହର୍ବାଲ୍‌ ରଙ୍ଗରେ ହୋଲି ଖେଳିବାକୁ ଦିଅନ୍ତୁ। ଏହି ହର୍ବାଲ୍‌ ରଙ୍ଗ ବଜାରରେ ମଧ୍ୟ ମିଳୁଛି ଯାହାକୁ ଆପଣ କିଣି ଆଣିପାରିବେ। ନ ହେଲେ ଏହାକୁ ଘରେ ମଧ୍ୟ ଅତି ସହଜରେ ତିଆରି କରି ହେବ।

ସାବଧାନରେ ପିଚ୍‌କାରୀ ମାରନ୍ତୁ

ସାଧାରଣ ଦେଖାଯାଇଥାଏ ପିଚ୍‌କାରୀ ଛୁଆଙ୍କ ହାତରେ ପଡ଼ିଲେ ସେମାନେ ଖେଳିବା ବେଳେ ମାଡ଼ଗୋଳ ମଧ୍ୟ ହୋଇ ଯାଆନ୍ତି। ତେଣୁ ବହୁତ ଛୁଆ ଖେଳୁଥିଲେ ଆପଣ ନିଜେ ସେମାନଙ୍କ ପାଖେପାଖେ ରହି ସବୁ ବିଷୟ ପ୍ରତି ନଜର ରଖନ୍ତୁ।

 

ପାଣିର ବଲ୍‌ ଫୋପାଡ଼ନ୍ତୁ ନାହିଁ

ଛୁଆମାନେ ମଜା ମଜାରେ ପାଣିର ବଲ୍‌ ପରସ୍ପର ଉପରେ ଫୋପାଡ଼ନ୍ତି। ଏହା କରିବାକୁ ମଧ୍ୟ ସମସ୍ତଙ୍କୁ ମଜା ଲାଗିଥାଏ। ତେଣୁ ଛୁଆମାନେ ପାଣି ବଲ୍‌  ଫୋପାଡ଼ିବା ସମୟରେ ଯେପରି କାହାର କିଛି କ୍ଷତି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ଯେପରି ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇବ ନାହିଁ।

ମୁହଁରେ ଯେପରି ନ ଯିବ ରଙ୍ଗ

ହୋଲି ଖେଳିବା ପାଇଁ ଆମେ ବାହାରୁ ରଙ୍ଗ କିଣି ଆଣିଥାଉ। ଆଉ ବାହାର ରଙ୍ଗ କେମିକାଲ୍‌ଯୁକ୍ତ ହୋଇଥାଏ। ତେଣୁ ପିଲାମାନେ ଖେଳିଲାବେଳେ ରଙ୍ଗ ବା ରଙ୍ଗ ଗୋଳା ହୋଇଥିବା ପାଣି ପାଟିକୁ ଚାଲି ଯାଇଥାଏ। ଆଉ ସେହି ରଙ୍ଗ ଯଦି ପାଟିରୁ ପେଟକୁ ଚାଲିଯାଇଥାଏ, ତାହା ଆମ ଶରୀର ପାଇଁ ଅନେକ ସମସ୍ୟା ଆଣି ଦେଇପାରେ। ତେଣୁ ଆପଣ ଛୋଟ ଛୁଆଙ୍କୁ ଏଥିରୁ ନିବୃତ ରଖନ୍ତୁ।

ପୂରା ପୋଷାକ ପିନ୍ଧାନ୍ତୁ

ଦେହରେ ରଙ୍ଗ ଲାଗିଲେ ତାହା ସହଜରେ ଛାଡ଼ି ନଥାଏ। ଆଉ ଛୁଆଙ୍କ ତ୍ୱଚା କୋମଳ ହୋଇଥିବାରୁ ରଙ୍ଗ ଛଡ଼ାଇଲା ବେଳେ ସେମାନଙ୍କୁ ଖୁବ୍‌ କଷ୍ଟ ହୋଇଥାଏ ଓ ଜ୍ୱଚା ନଷ୍ଟ ହୋଇଥାଏ। ତେଣୁ ଆପଣ ଖେଳିବା ପୂର୍ବରୁ ସେମାନଙ୍କ ଦେହ ପୂରା ଢାଙ୍କି ହେଲା ଭଳି ପୋଷାକ ପିନ୍ଧାଇ ଖେଳିବାକୁ ଛାଡ଼ନ୍ତୁ।



from Odisha Reporter https://ift.tt/2JwvQ7H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages