ଏପଟେ ଭୋଟ୍‌, ସେପଟେ ହେବ ବିକ୍ଷୋଭ, ରାସ୍ତାରେ ଶୋଇବେ ଚାଷୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଏପଟେ ଭୋଟ୍‌, ସେପଟେ ହେବ ବିକ୍ଷୋଭ, ରାସ୍ତାରେ ଶୋଇବେ ଚାଷୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ  ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିବେ। ଅହିଂସାତ୍ମକ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

କୃଷି ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା ଓ ସମ୍ମାନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ବାରମ୍ବାର ଦାବି କରୁଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଶେଷରେ ଏଭଳି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ କହିଛନ୍ତି-

ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି ମତେ ସହଯୋଗ କରାଯିବ ନାହିଁ। ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରାଯିବ। ଆସନ୍ତା ୧୩ ଓ ୧୪ ତାରିଖରେ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ହେବ।

ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟକୁ ଲାଗୁ କରିବା ଦାବିରେ ଚାଷୀସମୂହ ବହୁବାର ଆନ୍ଦୋଳନ କରିଛନ୍ତି। ରାଜଧାନୀରେ ଏନେଇ ପ୍ରବଳ ବିରୋଧ ବି ହୋଇଛି।  ହେଲେ ସରକାର ଏଥିପ୍ରତି କର୍ଣ୍ଣାପାତ କରି ନ ଥିବାରୁ ଏଭଳି ଚେତାବନୀ ଶୁଣାଇଛି ସଙ୍ଗଠନ।



from Odisha Reporter https://ift.tt/2EHt35P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages