ଭାରତୀୟ ପାଇଲଟଙ୍କ ନାଁରେ ପାକିସ୍ଥାନରେ ହାସ୍ୟାସ୍ପଦ ଏଫ୍‌ଆଇଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଭାରତୀୟ ପାଇଲଟଙ୍କ ନାଁରେ ପାକିସ୍ଥାନରେ ହାସ୍ୟାସ୍ପଦ ଏଫ୍‌ଆଇଆର

ଇସଲାମାବାଦ୍‌: ପାକିସ୍ତାନର ଖାଇବର-ପଖତୁନ୍‌ଖ୍ୱାଠାରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ବୋମା ବର୍ଷଣ କରିବା ଘଟଣାରେ ପାକିସ୍ତାନର ବନ ବିଭାଗ ପକ୍ଷରୁ ଏକ ଏଫ୍‌ଆଇଆର ରୁଜୁ କରାଯାଇଛି।

ଏହି ଏଫ୍‌ଆଇଆର ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେମାନେ ଅଭିଯୋଗ ଆଣିଛନ୍ତି ଭାରତ ଏଭଳି ବୋମା ବର୍ଷଣ କରିବାରୁ ଡଜନେରୁ ଊର୍ଦ୍ଧ୍ୱ ଗଛ ନଷ୍ଟ ବା କ୍ଷତିଗ୍ରସ୍ତ ହୋଇଛନ୍ତି। ଏତଦ୍‌ବ୍ୟତୀତ ଭାରତ ନାମରେ ଇକୋ-ଟେରରିଜମର ଅଭିଯୋଗ ଆଣିଛି ପାକିସ୍ତାନ। ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ଯୋଗୁ ଗଛକୁ ଛାଡ଼ି ଆଉ କାହାର କୌଣସି କ୍ଷତି ହୋଇନାହିଁ ବୋଲି ଦର୍ଶାଇବାକୁ ଯାଇ ଏଭଳି ହାସ୍ୟାସ୍ପଦ ପଦକ୍ଷେପ ନିଆଯାଇଛି।

ଏନେଇ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମାଲିକ୍‌ ଆମିନ୍‌ ଅସଲାମ ଗତ ସପ୍ତାହରେ କହିଛନ୍ତି, “ସେଠାରେ ଯାହା ଘଟିଲା, ତାହା ପରିବେଶ ଆତଙ୍କବାଦ। ଏଥିରେ ୧୨ରୁ ଊର୍ଦ୍ଧ୍ୱ ପାଇନ୍‌ ଗଛ ନଷ୍ଟ ହୋଇଛି। ଏଥିରେ ଗୁରୁତର ଭାବରେ ପରିବେଶ ନଷ୍ଟ ହୋଇଛି।”



from Odisha Reporter https://ift.tt/2Tsxc7R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages