ଭାରତ ମିଶନ ଶକ୍ତିରେ ଡରିଗଲେ ଚୀନ୍‌ ଓ ପାକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଭାରତ ମିଶନ ଶକ୍ତିରେ ଡରିଗଲେ ଚୀନ୍‌ ଓ ପାକ୍‌!

ନୂଆଦିଲ୍ଲୀ: ଭାରତର ମିଶନ୍‌ ଶକ୍ତି ଅପରେଶନରେ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ନିମ୍ନ ଭୂକକ୍ଷରେ ଅବସ୍ଥାପିତ ଏକ ସକ୍ରିୟ ସ୍ୟାଟେଲାଇଟ୍‌କୁ ନଷ୍ଟ କରିବାରେ ସଫଳ ହୋଇଛି। ଏହି ସଫଳତା ପରେ ଭାରତ ଏବେ ଚୀନ୍‌, ଆମେରିକା ଓ ରୁଷ ସମକକ୍ଷ ହୋଇଯାଇଛି।

ତେବେ ଭାରତର ଏହି ମହାକାଶ ବିଜୟରେ ଚୀନ୍‌ ଓ ତା’ର ବନ୍ଧୁ ପାକିସ୍ତାନ ଡରିଯାଇଛନ୍ତି। ଉଭୟ ଦେଶ ଭାରତକୁ ଶାନ୍ତି ସ୍ଥାପନ ପାଇଁ କହିବା ସହ ନୂଆଦିଲ୍ଲୀ ଯେମିତି ଏହାର ଅପବ୍ୟବହାର ନ କରିବ, ସେକଥା ନିଶ୍ଚିତ କରିବାକୁ କହିଛନ୍ତି।

ପାକିସ୍ତାନ ସରକାରଙ୍କ ମୁଖପାତ୍ର ଏକ ବିବୃତି ଜାରି କରି କହିଛନ୍ତି ଯେ “ପାକିସ୍ତାନ ମହାକାଶରେ ଅସ୍ତ୍ରଶସ୍ତ୍ର ଠୁଳ କରିବାକୁ ବିରୋଧ କରେ। ମହାକାଶରେ ଶାନ୍ତି ସ୍ଥାପନ କରିବା ସବୁ ଦେଶର ଦାୟିତ୍ୱ। ଯେଉଁ ଦେଶ ଅତୀତରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଏଭଳି ଆଚରଣକୁ ବିରୋଧ କରୁଥିଲା,ଏବେ ସେହି ଦେଶ ଏଭଳି କାମ କରୁଛି। ଆଶା ଉକ୍ତ ଦେଶ ଅନ୍ତର୍ଜାତୀୟ ସ୍ଥିରତାକୁ ଅଧିକ ଗୁରୁତ୍ୱ ଦେବା ସହ ମହାକାଶରେ ଯେମିତି କୌଣସି ଅସ୍ଥିରତା ସୃଷ୍ଟି ନ ହେବ, ସେକଥା ନିଶ୍ଚିତ କରିବା ଦରକାର।”

ଚୀନ୍‌ ସିଧାସଳଖ ଭାରତକୁ ସମାଲୋଚନା କରି ନଥିଲେ ହେଁ ମହାକାଶରେ ଶାନ୍ତି ଓ ସ୍ଥିରତା ବିଜୟୀ ରଖିବା ସମସ୍ତର କର୍ତ୍ତବ୍ୟ ବୋଲି କହିଛି।



from Odisha Reporter https://ift.tt/2UfL9ps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages