୪ ନେତାଙ୍କ ପୁଅଙ୍କୁ ଟିକେଟ୍ ଦେଲା ବିଜେଡି, ୩୬ ପ୍ରାର୍ଥୀରୁ ୪ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

୪ ନେତାଙ୍କ ପୁଅଙ୍କୁ ଟିକେଟ୍ ଦେଲା ବିଜେଡି, ୩୬ ପ୍ରାର୍ଥୀରୁ ୪ ମହିଳା

Bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ଆଜି ୩୬ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ୪ଜଣ ନେତାଙ୍କ ବଦଳରେ ସେମାନଙ୍କ ପୁଅମାନଙ୍କୁ ଟିକେଟ ଦେଇଥିବାବେଳେ ୪ଜଣ ବିଧାୟକଙ୍କ ଟିକେଟ୍ କାଟିଛି। ବିଜେପିକୁ ଲମ୍ଫ ଦେବାର ଭୟରେ ଦଳ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବେଶୀ ବିଧାୟକଙ୍କ ଟିକେଟ କାଟିବାକୁ ସାହସ କରିପାରିନଥିବା ଜଣାପଡ଼ିଛି।

ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବଦଳରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ବାସୁଦେବପୁରରୁ ବିଧାୟକ ପ୍ରାର୍ଥୀ କରାଯାଇଥିବାବେଳେ ପାଟଣା ବିଧାନସଭା ଆସନରୁ ବିଧାୟକ ହୃଷିକେଶ ନାଏକଙ୍କ ବଦଳରେ ତାଙ୍କ ପୁଅ ଜଗନ୍ନାଥ ନାଏକ ପ୍ରାର୍ଥୀ ହୋଇଛନ୍ତି। ଚିଟ୍‌ଫଣ୍ଡ୍‌ ମାମଲାରେ ଜେଲ୍‌ ଯାଇଥିବା ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବାଙ୍କି ବିଧାନସଭା ଆସନରୁ ଏବଂ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ତାଙ୍କ ପୁଅ ସୌଭିକ୍ ବିଶ୍ୱାଳଙ୍କୁ ଚୌଦ୍ୱାର-କଟକ ଆସନରୁ ବିଜେଡି ଏଥର ପ୍ରାର୍ଥୀ କରିଛି।

ସେହିପରି ରଣପୁର ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ବଦଳରେ ସତ୍ୟନାରାୟଣ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କରଞ୍ଜିଆରୁ ବିଜୟ ନାଏକଙ୍କ ପରିବର୍ତ୍ତେ ବାସନ୍ତୀ ହେମ୍ରମ୍, କେନ୍ଦୁଝରରୁ ବିଧାୟକ ଅଭିରାମ ନାଏକଙ୍କ ପରିବର୍ତ୍ତେ ମାଧବ ସର୍ଦ୍ଦାର ଏବଂ ତେଲକୋଇରୁ ବିଧାୟକ ବେଦବ୍ୟାସ ନାଏକଙ୍କ ପରିବର୍ତ୍ତେ ପ୍ରେମାନନ୍ଦ ନାଏକଙ୍କୁ ବିଜେଡି ଏଥର ଟିକେଟ୍ ଦେଇଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇସାରିଥିବାବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟର ୨ଟି ବିଧାନସଭା ଆସନ ପାଇଁ ବିଜେଡି ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ଉଭୟ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିମନ୍ତେ ୩୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି।

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କଥା ଡିଣ୍ଡିମ ପିଟୁଥିବା ବିଜେଡି ଏହି ଶେଷ ଦୁଇଟି ପର୍ଯ୍ୟାୟ ପାଇଁ ଏପର୍ଯ୍ୟନ୍ତ ଘୋଷଣା କରିଥିବା ମୋଟ ୩୮ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୪ଜଣ ମହିଳାଙ୍କୁ ଟିକେଟ ଦେଇଛି। ସମ୍ବଲପୁରରେ ଡଃ ରାସେଶ୍ୱରୀ ପାଣିଗ୍ରାହୀ, ବିଞ୍ଝାରପୁରରେ ପ୍ରମିଳା ମଲ୍ଲିକ, ହିନ୍ଦୋଳରେ ସୀମାରାଣୀ ନାୟକ, ଓ କରଞ୍ଜିଆରେ ବାସନ୍ତୀ ହେମ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି।

ସେହିପରି ଲୋକସଭା ନିର୍ବାଚନ ପାଇଁ କେବଳ ଢେଙ୍କାନାଳ, କଟକ ଓ କେନ୍ଦୁଝରକୁ ଛାଡ଼ିଲେ ବିଜେଡି ବାକି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଘୋଷିତ ମୋଟ ୧୮ଟି ଲୋକସଭା ଆସନ ମଧ୍ୟରୁ କେବଳ ୩ଟି ଆସନ ବଲାଙ୍ଗିର, ପୁରୀ ଓ ବାଲେଶ୍ୱରରେ ଦଳ ପୁରୁଣା ସାଂସଦଙ୍କୁ ରିପିଟ୍ କରିଥିବାବେଳେ ବାକି ସବୁଠି ପ୍ରାର୍ଥୀ ବଦଳାଇଛି। ଆଉ ଏପର୍ଯ୍ୟନ୍ତ ମୋଟ ୬ଜଣ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିଛି।



from Odisha Reporter https://ift.tt/2CDr5Du

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages