‘ବିମୁଦ୍ରାକରଣ ସପକ୍ଷରେ ନଥିଲା ଆରବିଆଇ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

‘ବିମୁଦ୍ରାକରଣ ସପକ୍ଷରେ ନଥିଲା ଆରବିଆଇ’

rbi
ନୂଆଦିଲ୍ଲୀ: ରାତି ଅଧିଆ ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ୪ଟି କାରଣ ପାଇଁ ବିରୋଧ କରିଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)। ତେବେ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ନଭେମ୍ବର ୮, ୨୦୧୬ରେ ହୋଇଥିବା ବିମୁଦ୍ରାକରଣ ନିଷ୍ପତ୍ତିକୁ ଆରବିଆଇ ବିମୁଦ୍ରାକରଣକୁ ସମର୍ଥନ କରିଥିବା ସୂଚନା ଅଧିକାର ଆଇନ ଜରିଆରେ ସୂଚନା ମିଳିଛି ।
 
ସରକାର ଏହି ନିଷ୍ପତ୍ତି ବାବଦରେ ଗଣମାଧ୍ୟମରେ ଘୋଷଣା କରିବା ପୂର୍ବରୁ ଆରବିଆଇକୁ ମାତ୍ର ଅଢ଼େଇ ଘଣ୍ଟାର ମହଲତ ଦେଇଥିଲେ ବୋଲି ଆରଟିଆଇ ଜରିଆରେ ସୂଚନା ମିଳିଛି। ବିନା ଆରବିଆଇ ବୋର୍ଡର ସମ୍ମତିରେ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପାଖାପାଖି ୩୮ ଦିନ ପରେ ଅର୍ଥାତ୍ ଡିସେମ୍ବର ୧୬, ୨୦୧୬ରେ ଆରବିଆଇ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।
 
ବିମୁଦ୍ରାକରଣ ସମୟରେ ୫୦୦ ଟଙ୍କିଆ ନୋଟ ୭୬ ପ୍ରତିଶତ ଏବ ୧୦୦୦ ଟଙ୍କିଆ ନୋଟ ୧୦୯ ପ୍ରତିଶତ ବଢୁଥିବା ବେଳେ ଦେଶର ଅଭିବୃଦ୍ଧି ହାର ୩୦ ପ୍ରତିଶତ ବଢୁଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି।
 
ଆରବିଆଇର ନିର୍ଦ୍ଦେଶକ ବିମୁଦ୍ରାକରଣକୁ ନେଇ ସରକାରଙ୍କୁ କହିଥିଲେ ଯେ କଳାଟଙ୍କା ନୋଟ ରୂପରେ ଗଚ୍ଛିତ ନାହିଁ। ଏହା ସୁନା, ଗହଣା, ଜମି ଆଦିରେ ନିବେଶ କରାଯାଇଛି ବୋଲି କହିଥିଲେ । ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବ୍ୟାନ କଲେ ଦେଶର ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡ଼ିବ ସିନା କିନ୍ତୁ କଳାଧନ ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଥିବା ସୂଚନା ରହିଛି।
 
ଲୋକସଭା ନିର୍ବାଚନ ପାଇଁ ରଣାଙ୍ଗନ ପ୍ରସ୍ତୁତ ହୋଇସାରିଥିବା ବେଳେ ଏହି ରିପୋର୍ଟ ଆଗକୁ ଶାସକ ଦଳ ବିଜେପିକୁ ଅଡୁଆରେ ପକାଇବାର ଆଶଙ୍କା ରହିଛି। ବିମୁଦ୍ରାକରଣକୁ ନେଇ ମୋଦି ସରକାର ଅନେକ ସଫଳତା ପାଇଥିବା କହି ଆସିଛନ୍ତି। ହେଲେ ଆରଟିଆଇ କର୍ମୀ ଭେଙ୍କଟେଶ ନାୟକଙ୍କ ଦ୍ୱାରା ମଗାଯାଇଥିବା ଏହି ସୂଚନା ସରକାରଙ୍କୁ ଆଗକୁ ଅଡୁଆରେ ପକାଇବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି ।
 
ତେବେ ସେତେବେଳେ ଏହି ପ୍ରସଙ୍ଗରେ ଆରବିଆଇ ବୋର୍ଡ  ସ୍ପଷ୍ଟ କରିଥିଲା ଯେ କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ପାଖାପାଖି ୬ମାସ ଧରି ବିଚାର ବିମର୍ଶ ହୋଇଥିଲା।


from Odisha Reporter https://ift.tt/2UwcfWa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages