ଶଙ୍କର ମହାଦେବନ, ପ୍ରଭୁଦେବାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କଲେ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଶଙ୍କର ମହାଦେବନ, ପ୍ରଭୁଦେବାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କଲେ ରାଷ୍ଟ୍ରପତି

ନୂଆଦୀଲ୍ଲୀ:ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଅଭିନେତା ତଥା ଡ୍ୟାନସର ପ୍ରଭୁଦେବା, ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର(ମରଣୋତ୍ତର ଭାବେ) ଓ ଉଦ୍ୟୋଗପତି ଜନ୍‌ ଚ୍ୟାମ୍ବର୍ସ ପ୍ରମୁଖଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଏହି ଭବ୍ୟ ସମାରୋହ ରାଷ୍ଟ୍ରପତି ଭବନରେ ଆୟୋଜିତ କରାଯାଇଥିଲା।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମ ଭୂଷଣ ଏବଂ ୪ ଜଣଙ୍କୁ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨୧ ଜଣ ମହିଳା,୧୧ ଜଣ ବିଦେଶୀ ଏବଂ ଜଣେ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି।

ଏଥି ମଧ୍ୟରେ ଅଭିନେତା ମୋହନଲାଲ୍‌ଙ୍କୁ ସିନେମା ଜଗତରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୪୦ବର୍ଷର ଫିଲ୍ମ କ୍ୟାରିୟରରେ ମୋହନଲାଲ୍ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ମନୋରଞ୍ଜନ କ୍ଷେତ୍ରରେ ମନୋଜ ବାଜପେୟୀ, ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନଙ୍କୁ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିଲା।

ଏହା ବ୍ୟତତୀ ଭେଟେରାନ୍‌ ଆକ୍ଟର କାଦର୍‌ ଖାନ୍‌ଙ୍କୁ ସିନେ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପ୍ରଭୁଦେବା, ମୋହନଲାଲ୍ ବିଶ୍ୱନାଥନ୍ ଓ ମ୍ୟୁଜିକ୍‌ ମାଷ୍ଟର ଶଙ୍କର ମହାଦେବନ୍‌ ପୁରସ୍କାର ନେବା ସମୟରେ ଫଟୋ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଏଥିସହ କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ, ଚିକିତ୍ସା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଆଦି କ୍ଷେତ୍ରରେ ଆଜି ୪୭ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।



from Odisha Reporter https://ift.tt/2u2WaeS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages