ହୋଲିରେ ଅତିଥିଙ୍କୁ କ’ଣ ପରଷିବେ ? ଆସନ୍ତୁ ଜାଣିବା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ହୋଲିରେ ଅତିଥିଙ୍କୁ କ’ଣ ପରଷିବେ ? ଆସନ୍ତୁ ଜାଣିବା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷରେ ଥରେ ଆସୁଥିବା ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଏହି ଅବସରରେ ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ଅଭିନନ୍ଦନ ଜଣାଇଥାନ୍ତି। ହୋଲିରେ ଘରକୁ ଆସୁଥିବା ଅତିଥିଙ୍କୁ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପରଷାଯାଏ।  ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ହୋଲି ସମୟରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଏହି ଦିନ ଲୋକେ ମନ ଭରି ରଙ୍ଗ ଖେଳିବା ସହ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଖାଇଥାନ୍ତି। କେଉଁଠି ଭଳିକି ଭଳି ମିଠା ପ୍ଲେଟରେ ସଜା ହୋଇ  ଅତିଥିଙ୍କ ଚର୍ଚ୍ଚା ହୁଏ ତ କେଉଁଠି ଗୁଜିଆ, ପାମ୍ପଡ଼ ଓ ଚିପ୍ସ ଆଦିରେ ଅତିଥିଙ୍କୁ ଆପାୟିତ କରାଯାଏ।

କଚୋଡ଼ି 

ୟୁପି, ବିହାରରେ ଘରେ ଘରେ ହୋଲିରେ ଖାସ୍‌ ଆଳୁର କଚୋଡ଼ି ହୁଏ।  ଏଠିକାର ଲୋକେ ଧନିଆ, ଆଉ ଲଙ୍କା ଚଟଣି ସହ ଏହାର ମଜା ଉଠାନ୍ତି।

ଆଳୁର ଚଟ୍‌ପଟି ଆଇଟମ୍‌

ଆଳୁରେ ତିଆରି ଏହି ଆଇଟମ୍‌ ପ୍ରସ୍ତୁତ ଲାଗି ଖୁବ୍‌ କମ୍‌ ସମୟ ଲାଗିଥାଏ।  ଏହାକୁ ଖାଇବାକୁ ମଧ୍ୟ ଲୋକେ ବଡ଼ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।

ଥଣ୍ଡାଇ

ମୁଖ୍ୟତଃ ହୋଲି ସମୟରେ ଗରମ ଅନୁଭୂତ ହେଉଥିବାରୁ ଥଣ୍ଡା ପାନୀୟକୁ ବେଶ୍‌ ପସନ୍ଦ କରାଯାଏ। ଲୋକେ ହୋଲି ଖେଳୁଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟରେ ଆପାୟିତ କରାଯାଏ। ସେଥିରୁ ଥଣ୍ଡାଇ ପାଟିକୁ ଯେମିତି ସୁଆଦିଆ, ପେଟକୁ ସେପରି ଥଣ୍ଡା।

ଦହିବରା

ଖରା ଦିନେ ସାଧାରଣତଃ ଲୋକେ ଖାଇବାରେ ଦହିବରାକୁ ବେଶି ପସନ୍ଦ କରିଥାନ୍ତି । ଆମ ଦେଶର ରାଜଧାନୀ ଦିଲ୍ଲୀରେ ହୋଲି ସମୟରେ ଦହିବରାର ଚାହିଦା ଖୁବ୍‌ ଅଧିକ। ଏହାକୁ ଲୋକେ ଗୁଡ଼ର ଚଟଣି ସହ ଖୁବ୍‌ ଆନନ୍ଦର ସହ ଖାଇଥାନ୍ତି।

ଗୁଜିଆ

ଗୁଜିଆ ବିନା ହୋଲି ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରାୟତଃ ଭିନ୍ନ ଭିନ୍ନ ରାଜ୍ୟରେ ହୋଲିରେ ଗୁଜିଆ ପ୍ରସ୍ତୁତ ହୁଏ। ପୂର୍ବରୁ କେବଳ ସୁଜି ଆଉ ଖୁଆ ପୂର ଦିଆହୋଇ ଗୁଜିଆ ପ୍ରସ୍ତୁତ ହେଉଥିଲା। ଏବେ ମାର୍କେଟରେ ଏହାର ବହୁ ଭେରାଇଟି ମିଳୁଛି। ଆପଣ ଚକ୍‌ଲେଟ୍‌ ଗୁଜିଆ,  ଜାମ   ପୂର  ଦିଆ ଗୁଜିଆ ବି ମାର୍କେଟରେ ପାଇପାରିବେ।

କାଞ୍ଜି ବଡ଼ା

ମୁଖ୍ୟତଃ ଗୁଜରାଟ ଓ ରାଜସ୍ଥାନରେ ହୋଲି ସମୟରେ ପ୍ରସ୍ତୁତ ହୁଏ କାଞ୍ଜି ବଡ଼ା। ଉଭୟ ରାଜ୍ୟରେ ଏହାର ଆଦର ବହୁତ।

ପୁରନ ପୋଲି

ମହାରାଷ୍ଟ୍ରର ଏକ ପ୍ରସିଦ୍ଧ ଡିସ୍‌ ହେଉଛି ପୁରନ ପୋଲି। ଏହାକୁ ହୋଲି ସମୟରେ ମଧ୍ୟ ଖୁବ୍‌ ଆଗ୍ରହର ସହ ଲୋକେ ଖାଇଥାନ୍ତି।

ଧୁସ୍‌କା

ଝାଡ଼ଖଣ୍ଡ ରାଜ୍ୟବାସୀଙ୍କ ଏହି ପ୍ରିୟ ଡିସ୍‌ ହୋଲି ସମୟରେ ଘରେ ଘରେ ପ୍ରସ୍ତୁତ ହୁଏ।  ଚାଉଳ ଅଟା, ବୁଟ ଡାଲି ଓ ଆଳୁରେ ପ୍ରସ୍ତୁତ ଏହି ରେସିପିକୁ ଲୋକେ ଖୁବ୍‌ ଆଗ୍ରହର ସହ ଖାଇଥାନ୍ତି।

ପରସ୍ପର ମଧ୍ୟରେ ଥିବା ରାଗରୋଷ ଭୁଲି ସମସ୍ତଙ୍କୁ ଆପଣାର କରି ଲୋକେ ଖୁବ୍‌ ଆନନ୍ଦର ସହ ରଙ୍ଗର ଏହି ପର୍ବକୁ ପାଳନ କରିଥାନ୍ତି।  ଏଥିସହ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନର ମଧ୍ୟ ମଜା ନେଇଥାନ୍ତି।



from Odisha Reporter https://ift.tt/2FqTeza

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages