ଫିଞ୍ଚଙ୍କ ଦମଦାର ଶତକ,ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଫିଞ୍ଚଙ୍କ ଦମଦାର ଶତକ,ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ: ଆରୋନ ଫିଞ୍ଚଙ୍କ ଦମଦାର ଶତକ ଓ ଶନ୍‌ ମାର୍ଶଙ୍କ ଅପରାଜିତ ୯୧ ରନ୍‌ ବଳରେ ଟିମ୍‌ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ପାକିସ୍ତାନକୁ ବେଶ ସହଜରେ ପରାସ୍ତ କରିଛି।

ପାକିସ୍ତାନ ଦେଇଥିବା ୨୮୧ ରନ୍‌ର ଟାର୍ଗେଟର ପିଛା କରି ଅଷ୍ଟ୍ରେଲିଆ ଗୋଟିଏ ଓଭର ପୂର୍ବରୁ ୨ ୱିକେଟ୍‌ ହରାଇ ବିଜୟ ହାସଲ କରିଛି। ଏହି ବିଜୟ ସହ ୫ଟିକିଆ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଯାଇଛି।

ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଓପନର ଇମାମ ଉଲ ହକ୍‌ଙ୍କୁ ସଅଳ ହରାଇଥିଲା। ଏହାପରେ ଫର୍ମରେ ଥିବା ଶାନ ମେହମୁଦ ୪୦ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ତୃତୀୟ ୱିକେଟ୍‌ ପାଇଁ ହାରିସ୍‌ ଶୋହାଲି ଓ ଉମର ଅକମଲ ୯୮ ରନ୍‌ର ଭାଗିଦାରୀ କରିଥିଲେ।

ଅକମଲ(୪୮)ଙ୍କୁ ନେଥନ କୁଲଟରନାଇଲ୍‌ ଆଉଟ୍‌ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଏହାପରେ ଅଧିନାୟକ ସୋଏବ ମାଲିକ(୧୧) ଓ ଫହେମ ଅଶରଫ୍‌(୨୮) ବେଶୀ ସମୟ ତିଷ୍ଠି ପାରି ନଥିଲେ।

କିନ୍ତୁ ଶୋହାଲି ଗୋଟିଏ ପଟେ ଦୃଢ଼ ବ୍ୟାଟିଂ କରି ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ଶେଷ ଭାଗରେ ଇମାଦ୍‌ ୱାସିମ ୧୩ ବଲ୍‌ରେ ୨୮ ରନ୍‌ କରିବାରୁ ପାକିସ୍ତାନ ୨୮୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ କୁଲଟରନାଇଲ ୨ଟି ୱିକେଟ୍‌ ନେଇଥିବା ବେଳେ ଜେ ରିଚାର୍ଡସନ, ନେଥନ ଲାୟନ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

୨୮୧ ରନ୍‌ର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ୬୩ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଓପନର ଉସମାନ୍‌ ଖ୍ୱାଜା ମାତ୍ର ୨୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଭାରତ ବିପକ୍ଷ ଦିନିକିଆରେ ରନ୍‌ ପାଇଁ ସଂଘର୍ଷ କରୁଥିବା ଅନ୍ୟତମ ଓପନର ତଥା ଅଧିନାୟକ ଆରୋନ ଫିଞ୍ଚ କିନ୍ତୁ ପାକିସ୍ତାନ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ।

ସେ ୧୩୫ଟି ବଲ୍‌ରେ ୧୧୬ ରନ୍‌ କରି କଙ୍ଗାରୁ ଟିମ୍‌ର ବିଜୟକୁ ସୁନିଶ୍ଚିତ କରିଥିଲେ। ଦିନିକିଆରେ ଏହା ଫିଞ୍ଚଙ୍କ ୧୨ ତମ ଶତକ। ଫିଞ୍ଚ ଆଉଟ୍‌ ହେବା ପୂର୍ବରୁ ଶନ୍‌ ମାର୍ଶଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ ପାଇଁ ୧୭୨ ରନ୍‌ର ଭାଗିଦାରୀ କରିଥିଲେ। ତାଙ୍କୁ ମହମ୍ମଦ ଆବ୍ବାସ ଆଉଟ୍‌ କରିଥିଲେ।

ତେବେ ଏହାପରେ ମାର୍ଶ ଓ ପିଟର ହ୍ୟାଣ୍ଡସ୍କମ୍ବ ଦଳକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଉଭୟ ୪ର୍ଥ ୱିକେଟ୍‌ ପାଇଁ ୪୬ ରନ୍‌ ଯୋଡ଼ି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ମାର୍ଶ ୯୧ ଓ ହ୍ୟାଣ୍ଡସ୍କମ୍ବ ୩୦ ରନ୍‌ କରି ଅପରାଜିତ ରହିଥିଲେ।



from Odisha Reporter https://ift.tt/2HN8JDf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages