
ଜୟପୁର( ଟି.ଗୌରିଶଙ୍କର):କୋରାପୁଟରେ ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ କୋରାପୁଟ ପାଇଁ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ଏନେଇ ତାରା କହିଛନ୍ତି ଯେ,“ପ୍ରଫୁଲ୍ଲ ଭତ୍ରା ପ୍ରାର୍ଥୀ ହୁଅନ୍ତୁ ବୋଲି କର୍ମୀ ଚାହୁଁଥିଲେ। କିନ୍ତୁ ବିଭିନ୍ନ ଚାପ ଯୋଗୁ ତାଙ୍କୁ ଟିକେଟ ଦିଆଗଲା ନାହିଁ। ଲୋକେ ପରୋକ୍ଷରେ ଏହା କହୁଛନ୍ତି।”
ସେ କହିଛନ୍ତି,“କଂଗ୍ରେସ ଦଳ ଯେଉଁ ନିଷ୍ପତ୍ତି ନେଇଛି, ମୁଁ ତାକୁ ବିରୋଧ କରିପାରିବି ନାହିଁ। କୋରାପୁଟରେ ପ୍ରଫୁଲ୍ଲ ଭତ୍ରା ପ୍ରାର୍ଥୀ ହେବା ନେଇ ଆମେ ଆଶା କରିଥିଲୁ। ସାଧାରଣ ଲୋକ ଓ ସାରା ଜିଲ୍ଲା ପ୍ରଫୁଲ୍ଲ ଭତ୍ରା କୋରାପୁଟରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ମଧ୍ୟ ଚାହୁଁଥିଲେ।”
from Odisha Reporter https://ift.tt/2Fx96Aj
No comments:
Post a Comment