ଜୈଶକୁ ପୁଣି ଘଣ୍ଟ ଘୋଡ଼ାଇଲା ପାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଜୈଶକୁ ପୁଣି ଘଣ୍ଟ ଘୋଡ଼ାଇଲା ପାକ୍‌

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଓ ତା’ର ପ୍ରତିଷ୍ଠାତା ମାସୁଦ ଆଝାରକୁ ପାକିସ୍ତାନ ସରକାର ପୁଣିଥରେ ଘଣ୍ଟ ଘୋଡ଼ାଇଛନ୍ତି। ଏଥିସହ ଭାରତ ପୁଲୱାମା ହମ୍‌ଲା ସଂକ୍ରାନ୍ତରେ ଦେଇଥିବା ସମସ୍ତ ତଥ୍ୟ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯଥେଷ୍ଟ ନୁହେଁ ବୋଲି ପାକିସ୍ତାନ ସରକାର କହିଛନ୍ତି। ସେହିପରି ଭାରତ ଅନୁରୋଧରେ ପାକିସ୍ତାନ ଅଟକ ରଖିଥିବା ସମସ୍ତ ୫୪ ଜଣ ଆତଙ୍କବାଦୀଙ୍କୁ ଛାଡ଼ି ଦିଆଯିବ ବୋଲି ମଧ୍ୟ ପରୋକ୍ଷରେ କହିଛି।

ପୁଲୱାମା ହମ୍‌ଲାରେ ଜୈଶର ହାତ ଥିବା ତଥ୍ୟ ସମ୍ବଳିତ ଦସ୍ତାବିଜ୍‌ ସହ ୨୨ଟି ଏରିଆର ପିନ କୋଡ୍‌ ପାକିସ୍ତାନକୁ ଦେଇଥିଲା। ଏସବୁ ପିନ୍‌ କୋଡ୍‌ ଅଞ୍ଚଳରେ ଆତଙ୍କୀଙ୍କ ଶିବିର ରହିଥିବା ଭାରତ ଦାବି କରିଥିଲା। ହେଲେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଆଜି କହିଛି ଯେ, ଭାରତ ଦେଇଥିବା ୨୨ଟି ପିନ୍‌ କୋଡ୍‌ ଏରିଆରେ ଯାଞ୍ଚ କରାଯାଇଥିଲା।

ହେଲେ ସେଠାରେ କୌଣସି ଆତଙ୍କୀ ଶିବିର ନଥିବା ଜଣାପଡ଼ିଛି। ଭାରତ ଦେଇଥିବା ୨୨ଟି ଅଞ୍ଚଳକୁଏବେ ଯିଏ ଚାହିଁବ ଯାଇ ପାରିବ ଏବଂ ସେଠାରେ ଆତଙ୍କୀ ଶିବିର ରହିଛି କି ନାହିଁ, ତା’ର ତର୍ଜମା ମଧ୍ୟ କରିପାରିବ। ସେହିପରି ଭାରତର ଅନୁରୋଧ କ୍ରମେ ଆମେ ୫୪ ଜଣଙ୍କୁ ଗିରଫ କରିଥିଲୁ। ହେଲେ ସେମାନଙ୍କୁ ଗିରଫ କରିବା ପାଇଁ ଆବଶ୍ୟକ ଯଥେଷ୍ଟ ପ୍ରମାଣ ନୂଆଦିଲ୍ଲୀ ଏଯାଏ ଦେଇପାରିନାହିଁ।

ଭାରି ଦସ୍ତାବିଜ ଦେବା ପରେ ଏହା ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଥିଲା। ଏମାନେ ସବୁ ଦିଗର ତଦନ୍ତ କରିଥିଲେ। ଭାରତ ଦେଇଥିବା ଦସ୍ତାବିଜ୍‌ରେ ୯୧ଟି ପୃଷ୍ଠା ଥିବା ବେଳେ ଏହାକୁ ୬ଟି ଭାଗରେ ବିଭକ୍ତ କରାଯାଇଥିଲା। ତେବେ ଏହା ମଧ୍ୟରୁ କେବଳ ୨ ଓ ୩ ଭାଗରେ ପୁଲୱାମା ହମ୍‌ଲା ସମ୍ପର୍କରେ ତଥ୍ୟ ରହିଥିଲା। ଅନ୍ୟ ଭାଗରେ କେବଳ ପାକ୍‌ ବିରୋଧରେ କିଛି ମନଗଡ଼ା ଅଭିଯୋଗ ରହିଥିଲା ପାକ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପାକିସ୍ତାନ ବୈଦେଶିକ ଜଣେ ଅଧିକାରୀ କହିଛନ୍ତି, ପାକ୍‌ ସରକାର ଗଠନ କରିଥିବା ଟିମ୍‌ ଭାରତ ଦେଇଥିବା ସମସ୍ତ ତଥ୍ୟର ଛାନଭିନ୍‌ କରିଥିଲା। ଟିମ୍‌ ସଦସ୍ୟମାନେ ବ୍ୟକ୍ତିଗତ ଭାବେ ସଂପୃକ୍ତ ଅଞ୍ଚଳକୁ ଯାଇଥିଲେ। ହେଲେ ସେଠାରେ କୌଣସି ଆତଙ୍କୀ ଶିବିର ନଥିବା ଜାଣିବାକୁ ପାଇଥିଲେ। ଏଥିସହ ସୋଶାଲ ମିଡିଆରେ ଘୁରିବୁଲୁଥିବା ଖବର, ହ୍ୱାଟସଆପ, ଟେଲିଗ୍ରାମ, ଭିଡିଓ ତଥା ପୁଲୱାମା ହମ୍‌ଲାରେ ସଂପୃକ୍ତ ଥିବା ଆଦିଲ ଦାରର ସ୍ୱୀକାରୋକ୍ତି ଆଦିର ମଧ୍ୟ ତଦନ୍ତ ହୋଇଥିଲା।

ସୂଚନାଯୋଗ୍ୟ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିବା ପରେ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ସମସ୍ତ ପ୍ରମାଣ ଦିଆଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।



from Odisha Reporter https://ift.tt/2YvBdr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages