ଏଫ୍‌ଆର ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଏଫ୍‌ଆର ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ

ଢାକା(ବାଂଲାଦେଶ): ଢାକାର ଏଫ୍‌ଆର ଟାୱାରଠାରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦିନ ୧୨.୪୫ ସମୟରେ ଏହି କୋଠାର ପଞ୍ଚମ ମହଲାରେ ନିଆଁ ଲାଗିଥିଲା।

ଅନେକ ଲୋକ ବର୍ତ୍ତମାନ ମଧ୍ୟ ସେହି କୋଠା ଭିତରେ ଫସିରହିଥିବା ସୂଚନା ମିଳୁଛି। ଏପରିକି କିଛି ଲୋକ ଜୀବନ ବିକଳରେ ଉପର ମହଲାରୁ ଡେଇଁବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ କୁର୍ମିଟୋଲା ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି।

ଏହି ହସ୍ପିଟାଲର ନିର୍ଦ୍ଦେଶକ ଜେନେରାଲ ନଫିକନ୍‌ ନବିଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ଜଣେ ଶ୍ରୀଲଙ୍କା ନାଗରିକ ନିରସ ଚନ୍ଦ୍ର ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏକାଧିକ ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ନୌବାହିନୀ, ସେନାବାହିନୀ ଏବଂ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟ ନିଆଁଲିଭାଳିମାନଙ୍କୁ ସାହାଯ୍ୟ କରୁଛନ୍ତି।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।



from Odisha Reporter https://ift.tt/2YuSLn4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages