ବିଜେପିରେ ମିଶିଲେ ପରେଶ ଦେଓ, ଶତାଧିକ ସମାଜସେବୀ ଓ କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବିଜେପିରେ ମିଶିଲେ ପରେଶ ଦେଓ, ଶତାଧିକ ସମାଜସେବୀ ଓ କର୍ମୀ

ଭୁୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଆଠମଲ୍ଲିକ ରାଜ ପରିବାରର ସଦସ୍ୟ ପରେଶ ଦେଓ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ ସ୍ୱଚ୍ଛ ଏକାମ୍ର ସାମାଜିକ ସଙ୍ଗଠନର ସଭାପତି ସୁଶାନ୍ତ କୁମାର ଦାସ, ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଗୋବିନ୍ଦ ପଟ୍ଟନାୟକ, ସଂପାଦକ ନକୁଳ ଖଟେଇ, କୋଷାଧ୍ୟକ୍ଷ ସଫିକ ଖାନ୍ ଏବଂ ସଂଯୋଜିକା ମିଲି ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ପୁରୁଣା ଭୁବନେଶ୍ୱରର ପୁଷ୍ପିତା ବେହେରା, ମୋନାଲିସା ଦାସ, ସୀତା ବେହେରା, ରୀନା ବେହେରା, ପୋଖରୀପୁଟର ପ୍ରଭାତୀ ଦାସ, ୟୁନିଟ୍-୬ର ପ୍ରମିଳା ସାହୁ, ଗାୟତ୍ରୀ ସାହୁ, ପାତ୍ରପଡ଼ାର ପ୍ରଣିତା ପଣ୍ଡା, ଦୀପିକା ଚାନ୍ଦ, ସିଆରପି ଅଂଚଳର ଜୟନ୍ତ ନାୟକ, ମିନତୀ ବାରିକ, ଜେଲି ଦିଗଲ, ଭିଏସଏସ ନଗରର ସୁନୀଲ କୁମାର ଚାନ୍ଦ, ଜାଗମରାର ଦୁର୍ଗା ପ୍ରସାଦ ତ୍ରିପାଠୀ, ନୀଳକଣ୍ଠ ନଗରର ପ୍ରଭାତି ଲାଗୁରୀ, ମିନତି ବାରିକ, ଜୟନ୍ତା ନାୟକ, ପୀତାମ୍ବର ଦିଗୀଙ୍କ ସମେତ ଭୁବନେଶ୍ୱର ବିଭିନ୍ନ ଅଚଂଳର ପ୍ରାୟ ଶତାଧିକ କର୍ମୀ ଆଜି ବିଜେପିରେ ଯୋଗଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜଭୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter https://ift.tt/2U4nPej

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages