
ଇସ୍ଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୧୪ ପୁଲୱାମା ଆତଙ୍କୀ ହମ୍ଲା ପରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ବି ଜାରି ରହିଛି। ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ବାତାବରଣ ଜାରି ରହିଛି ବୋଲି କହିଛନ୍ତି। ଭାରତ ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ରହିଛି ଏବଂ ଏଥିପାଇଁ ସେ ଭୟରେ ରହିଥିବା ଇମ୍ରାନ୍ କହିଛନ୍ତି।
ଫେବୃଆରୀ ୧୪ ପୁଲୱାମା ଆତଙ୍କୀ ହମ୍ଲାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହାପରେ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ ଠାରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ପାକିସ୍ତାନ ସେନା ଭାରତୀୟ ସେନାର ସାମରିକ ଘାଟି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଯାହାକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ।
ଏବେ ଇମ୍ରାନ୍ କହିଛନ୍ତି,“ ନିର୍ବାଚନ ସରିବା ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ଲାଗି ରହିବ। ଭାରତର ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୁଣିଥରେ ପାକିସ୍ତାନ ଉପରେ ହମ୍ଲା କରିପାରନ୍ତି। ଲୋକଙ୍କୁ ଦେଖାଇବା ପାଇଁ ଭାରତ ସରକାର କିଛି ବି କରିପାରନ୍ତି। ତେଣୁ ବିପଦ ଏବେ ବି ଟଳିନାହିଁ। ଭାରତରେ ସାଧାରଣ ନିର୍ବାଚନ ଶେଷ ହେବା ଯାଏ ସ୍ଥିତି ଏମିତି ଲାଗି ରହିବ। ତେବେ ଭାରତ ଯଦି ଆକ୍ରମଣ କରେ, ତା’ହେଲେ ପାକିସ୍ତାନ ବାଧ୍ୟ ହୋଇ ଏହାର ଜବାବ ଦେବ।”
ଅନ୍ୟପକ୍ଷରେ ପାକିସ୍ତାନ ସରକାର ତାଲିବାନ ସହ ଆଲୋଚନା କରିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଶାନ୍ତି ସ୍ଥାପନ ପାଇଁ ମାର୍ଚ୍ଚ ୧୮ରେ ତାଲିବାନ ପ୍ରତିନିଧିଙ୍କ ସହ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଥାବାର୍ତ୍ତା କରିବାର ଥିଲା। କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ଇମ୍ରାନ୍ କହିଛନ୍ତି।
from Odisha Reporter https://ift.tt/2JEac1e
No comments:
Post a Comment