
ଚଣ୍ଡିଗଡ଼: ପଞ୍ଜାବ ସରକାରଙ୍କ ପୁଡ୍ ଓ ଡଗ୍ର ଆଡିମିନ୍ଷ୍ଟ୍ରେସନ୍(ଏଫ୍ଡିଏ) ୱିଙ୍ଗର ୩୬ ବର୍ଷୀୟ ମହିଳା ଅଧିକାରୀ ନେହା ଶୋହରେଙ୍କୁ ଅଫିସ ମଧ୍ୟରେ ଗୁଳି କରି ହତ୍ୟା କରାଯାଇଛି। ୧୦ ବର୍ଷ ତଳେ ନେହା ବେଆଇନ୍ ଭାବେ ଔଷଧ ବ୍ୟବସାୟ କରୁଥିବାର ବଲୱିନ୍ଦର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଲାଇସେନ୍ସ ବାତିଲ କରିଦେଇଥିଲେ।
ଏହାର ପ୍ରତିଶୋଧ ନେବାକୁ ବଲୱିନ୍ଦର ଯୋଜନା କରିବା ସହ ନେହାଙ୍କ ଖାରର ସ୍ଥିତ ଅଫିସକୁ ଆସିଥିଲେ। ଏହାପରେ ସେ ହାପି ହୋଲି ବୋଲି କହିବା ସହ ନେହାଙ୍କୁ ଗୁଳି କରିଦେଇଥିଲେ। ନେହାଙ୍କ ଛାତିକୁ ଲକ୍ଷ୍ୟ କରି ସେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା।
ଗୁଳି କରି ସାରିବା ପରେ ବଲୱିନ୍ଦର ଖସି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେବେ ଅଫିସ ବାହାରେ ଥିବା ଜଣେ ବ୍ୟକ୍ତି ସେ ଗାଡ଼ି ଷ୍ଟାର୍ଟ କରିବା ବେଳେ ବଲୱିନ୍ଦରଙ୍କ ପଛପଟୁ ଧରି ନେଇଥିଲେ। ଏହି ସମୟରେ ବଲୱିର ତାଙ୍କୁ ମଧ୍ୟ ଗୁଳି କରିବାକୁ ଉଦ୍ୟମ କରିଥିଲେ।
କିନ୍ତୁ ସେ ଏଥିରେ ସକ୍ଷମ ହୋଇ ନଥିଲେ। ଶେଷରେ ସେ ନିଜକୁ ନିଜେ ଗୁଳି କରି ଦେଇଥିଲେ। ବଲୱିନ୍ଦରଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
୨୦୦୯ରେ ନେହା ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଏହି ସମୟ ବଲୱିନ୍ଦରଙ୍କ ଔଷଧ ଦୋକାନ ଉପରେ ମଧ୍ୟ ଚଢ଼ଉ ହୋଇଥିଲା। ଏଥିସହ ତାଙ୍କ ଲାଇସେନ୍ସକୁ ସେ ରଦ୍ଦ କରିଦେଇଥିଲେ। ସେବେଠାରୁ ନେହା ଓ ବଲୱିନ୍ଦରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଅନେକ ସମୟରେ ବଲୱିନ୍ଦର ନେହାଙ୍କ ଅଫିସକୁ ଆସି ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। ହେଲେ ନେହା ଏହାକୁ ଗ୍ରହଣ କରୁ ନଥିଲେ ବୋଲି ଜଣାପଡ଼ିଛି।
ନେହାଙ୍କ ଘର ପଞ୍ଚକୁଲାରେ ହୋଇଥିବା ବେଳେ ବଲୱିନ୍ଦରଙ୍କ ଘର ମୋରିଣ୍ଡାରେ ବୋଲି ଜଣାପଡ଼ିଛି। ଘଟଣା ସମୟରେ ନେହାଙ୍କ ସହ ତାଙ୍କ ୬ ବର୍ଷୀୟ ଝିଆରି ଅଫିସରେ ରହିଥିଲେ।
from Odisha Reporter https://ift.tt/2UhgUP0
No comments:
Post a Comment