ରିପବ୍ଲିକ ଟିଭି ସର୍ଭେ: ଓଡ଼ିଶାରେ ବାଜି ମାରିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ରିପବ୍ଲିକ ଟିଭି ସର୍ଭେ: ଓଡ଼ିଶାରେ ବାଜି ମାରିବ ବିଜେପି

ନୂଆଦିଲ୍ଲୀ: ରିପବ୍ଲିକ ଟିଭି ବିଭିନ୍ନ ରାଜ୍ୟରେ ସଂସଦୀୟ କ୍ଷେତ୍ରରେ ସର୍ଭେ କରିଛି। ଯେଉଁଥିରେ ସ୍ଥିତି ଯଦି ଏମିତି ରହେ ତାହେଲେ ଓଡ଼ିଶାରେ ୨୧ଟି ଆସନରୁ ଏନଡିଏ ୧୨ଟି ଓ ବିଜେଡି ୯ଟି ଆସନ ଜିତିବ ବୋଲି ଆକଳନ କରିଛି। କଂଗ୍ରେସ ଖାତା ଖୋଲି ନପାରି ୨୦୧୪ ଭଳି ଖାଲି ହାତରେ ପାଭିଲିଅନ ଫେରିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଅନ୍ୟପକ୍ଷେ, ଆନ୍ଧ୍ରପ୍ରଦେଶରେ ବିଜେପି ନେତୃତ୍ବାଧୀନ ଏନଡିଏର ସ୍ଥିତି ଭଲ ନାହିଁ । ୨୫ଟି ଲୋକସଭା ଆସନରୁ ୱାଇଏସଆର କଂଗ୍ରେସ ୧୧, ଟିଡିପି ୧୪ ଓ ଏନଡିଏ ମାତ୍ର ଗୋଟିଏ ଆସନ ଜିତିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ହରିଆଣାରେ ବିଜେପିର ସ୍ଥିତି ଭଲ ରହିଛି। ସର୍ଭେ ରିପୋର୍ଟ ଅନୁଯାୟୀ ୧୦ଟି ଆସନରୁ ବିଜେପିକୁ ୭ଟି, କଂଗ୍ରେସକୁ ୩ଟି ଆସନ ମିଳିବ। ଆଇଏନଏଲଡି ଗୋଟିଏ ବି ସିଟ୍ ଜିତିବ ନାହି ବୋଲି ରିପବ୍ଲିକ ଟିଭି, ସି-ଭୋଟର ସର୍ଭେ ରିପୋର୍ଟରେ କୁହାଯାଇଛି।

ଝାରଖଣ୍ଡରେ ୟୁପିଏକୁ ବହୁମତ ମିଳିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଅର୍ଥାତ୍ ୧୪ଟି ଲୋକସଭା ଆସନରୁ ବିଜେପି ୪ଟି ପାଇବା ବେଳେ ୟୁପିଏ ୧୦ଟି ସିଟ ହାତେଇବ ବୋଲି ଜଣାପଡ଼ିଛି।

ତେବେ ବିହାରରେ ମହାମେଣ୍ଟ ମାଟି କାମୁଡ଼ିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏନିଡିଏ ୪୦ଟି ଆସନରୁ ୩୬ଟି ଆସନ ଜିତିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ମହାମେଣ୍ଟ (କଂଗ୍ରେସ+ଆରଜେଡି) ୪ଟି ଆସନରେ ସନ୍ତୁଷ୍ଟ ହେବେ ବୋଲି ରିପବ୍ଲିକ ଟିଭି କହିଛି।

ପଶ୍ଚିମବଙ୍ଗରେ କିନ୍ତୁ ପଦ୍ନ ଫୁଟିବ ନାହିଁ ବୋଲି ରିପବ୍ଲିକ ଟିଭି ସର୍ଭେ ରିପୋର୍ଟ କହିଛି। ୪୨ଟି ଲୋକସଭା ଆସନରୁ ରାଜ୍ୟର ଶାସକ ଦଳ ଟିଏମସି ୩୩ଟି ଆସନ ଅକ୍ତିଆର କରିବ ବୋଲି ଜଣାପଡ଼ିଛି। ଯାହାକି ୨୦୧୪ ତୁଳନାରେ ଗୋଟିଏ କମ୍। ବିଜେପି ଓ ବାମପନ୍ଥୀ ଦଳ ଲୋକସଭା ନିର୍ବାଚନରେ ସମ୍ପୁର୍ଣ୍ଣ ଫେଲ୍ ହେବେ ବୋଲି ଆକଳନ କରିଛି। ଗତଥର ବିଜେପି ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଯଦି ସର୍ଭେ ରିପୋର୍ଟ ସତ ହୁଏ ତାହେଲେ ପଶ୍ଚିମବଙ୍ଗରେ ଦୀର୍ଘ ୩୪ ବର୍ଷ ପରେ ବାମପନ୍ଥୀ ଦଳ ଏକ ପ୍ରକାର ଶୂନ ହୋଇଯିବ।



from Odisha Reporter https://ift.tt/2Haqzk3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages