‘ରିପବ୍ଲିକ ଟିଭି’ ଓ ‘ସି ଭୋଟର’ ସର୍ଭେ: କମିବ ଏନଡିଏର ସିଟ୍, ବଢିବ ୟୁପିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

‘ରିପବ୍ଲିକ ଟିଭି’ ଓ ‘ସି ଭୋଟର’ ସର୍ଭେ: କମିବ ଏନଡିଏର ସିଟ୍, ବଢିବ ୟୁପିଏ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଜାତୀୟ ଗଣମାଧ୍ଯମ ସଂସ୍ଥା ରିପବ୍ଲିକ ଟିଭି ନେଟୱର୍କ ଓ ସି-ଭୋଟର ସର୍ଭେ କରିଛି । ଯେଉଁଥିରେ ଏନଡିଏ ୨୦୧୪ ତୁଳନାରେ ୧୮ଟି ଆସନ ହରାଇବ ବୋଲି ଆକଳନ ହୋଇଛି। ସେହିପରି ୟୁପିଏ ୧୪୧ଟି ସିଟ୍ ଅକ୍ତିଆର କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪ରେ କଂଗ୍ରେସ ୪୦, ୟୁପିଏ ୬୦, ବିଜେପି ୨୮୨, ଏନଡିଏ ୩୩୬, ଅନ୍ଯାନ୍ଯ ଦଳ ୧୩୮ ଆସନ ଜିତିଥିଲେ।

ପୂର୍ବ ସର୍ଭେ ରିପୋର୍ଟ ତୁଳନାରେ ଚଳିତ ସର୍ଭେରେ ଏନଡିଏ ପ୍ରତି ଲୋକଙ୍କ ସମର୍ଥନ ପୁଣି ବୃଦ୍ଧି ପାଇଥିବା ଜଣାପଡ଼ିଛି। ଫେବୃଆରୀରେ ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ମଧ୍ୟବିତ୍ତ ପରିବାର ଏବଂ ଚାଷୀ ବର୍ଗଙ୍କୁ ଖୁସି କରିଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ଜାନୁଆରୀର ସର୍ଭେ ରିପୋର୍ଟ ଅନୁସାରେ ୟୁପିଏର ଭୋଟ ଶେୟାର ୩୨.୨ ପ୍ରତିଶତ ଥିବା ବେଳେ ଏନଡିଏର ଭୋଟ ଶେୟାର ୩୭.୬ ପ୍ରତିଶତ ଥିଲା। ସେହିପରି ଡିସେମ୍ବରରେ ଏନଡିଏର ଭୋଟ ଶେୟାର ୩୭.୭ ପ୍ରତିଶତ ଥିବା ବେଳେ ୟୁପିଏର ୩୨.୮ ପ୍ରତିଶତ ଥିଲା।



from Odisha Reporter https://ift.tt/2HbZHQy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages