
କଟକ (ଦେବାଶିଷ ମହାନ୍ତି) : ଭୁଲରେ ଗିରଫ ହୋଇଥିବା କଟକ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା ଜେଲରୁ ମୁକ୍ତ ହୋଇଛନ୍ତି। ଏକ ରାହାଜାନୀ ମାମଲାରେ ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇ ଲାଲବାଗ ପୁଲିସ ତାଙ୍କୁ ଗିରଫ କରିଥିଲା। ବିନା କାରଣରେ ପୁଲିସ ତାଙ୍କୁ ଗିରଫ କରିଥିବା ଦର୍ଶାଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ କଟକ ଡିସିପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣାରେ ଭୁଲରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ସ୍ୱୀକାର କରିଥିଲେ। ଏଥିସହ ତ୍ରୁଟି କରିଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2uufJNk
No comments:
Post a Comment